ଓଡିଶା

odisha

ETV Bharat / bharat

ତେଲାଙ୍ଗାନା ବର୍ଷା: 15 ସ୍ବତନ୍ତ୍ର ଟିମ ଗଠନ, ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ - ସତର୍କ ରହିବାକୁ କେ ଚନ୍ଦ୍ରଶେଖର ନିର୍ଦ୍ଦେଶ

ତେଲାଙ୍ଗାନାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସହରରେ ଥିବା ସ୍ବରେଜ ଓ ହ୍ରଦଗୁଡିକର ସଠିକ୍ ଯାଞ୍ଚ କରିବା ସହ ବର୍ଷା ମୁକାବିଲା ପାଇଁ ସତର୍କ ରହିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ତେଲେଙ୍ଗାନାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ରହିବାକୁ ମୁ୍ଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ତେଲେଙ୍ଗାନାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ରହିବାକୁ ମୁ୍ଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

By

Published : Oct 21, 2020, 7:39 PM IST

ହାଇଦ୍ରାବାଦ: ତେଲାଙ୍ଗାନାରେ ପ୍ରବଳ ବର୍ଷା ସମ୍ଭାବନା । ବଜ୍ରପାତ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚୁର ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣପାଗ ବିଭାଗ । ଏନେଇ ବୁଧବାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପ୍ରବଳ ବର୍ଷା ଓ କୃତ୍ରିମ ବନ୍ୟା ଯୋଗୁଁ ସହରର ସ୍ବରେଜ(ଟ୍ୟାଙ୍କ) ଏବଂ ହ୍ରଦ ଯେପରି ନ ଭାଙ୍ଗେ ଏ ଦିଗରେ ଆବଶ୍ୟକ ଧ୍ୟାନ ଦେବାକୁ ସେ କହିଛନ୍ତି ।

ସହରରେ ଥିବା ସ୍ବରେଜ ଓ ହ୍ରଦଗୁଡିକର ଯାଞ୍ଚ କରାଯିବା ସହ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ 15 ଟି ସ୍ବତନ୍ତ୍ର ଟିମ ଗଠନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ବରେଜ ଗୁଡିକରେ ବନ୍ୟାଜଳ ପ୍ରବାହିତ ପାଇଁ ଯଥେଷ୍ଟ କ୍ଷମତା ଥିବା ସତ୍ତ୍ବେ ଏଗୁଡିକ ଭାଙ୍ଗିଯିବାର ସମ୍ଭାବନା ରହିଛି । ତେଣୁ ଜଳ ସମ୍ପଦ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଅତି କମରେ 15 ଟି ସ୍ବତନ୍ତ୍ର ଟିମ ଗଠନ ହେବା ଉଚିତ୍ । ସେମାନେ ସହରର ପ୍ରତ୍ୟେକ ସ୍ବରେଜ(ଟ୍ୟାଙ୍କ) ଓ ହ୍ରଦ ଯାଞ୍ଚ କରିବା ଆବଶ୍ୟକ ଏବଂ ଯଦି ଏଥିରେ କିଛି ବ୍ୟତିକ୍ରମ ଦେଖାଯାଏ ତେବେ ସତର୍କତା ଅବଲମ୍ବନ କରିବା ଉଚିତ୍ ବୋଲି ଚନ୍ଦ୍ରଶେଖର ସ୍ପଷ୍ଟ କରିଛନ୍ତି ।

ଗତ ସପ୍ତାହରେ ତେଲାଙ୍ଗାନାରେ ହୋଇଥିବା ବର୍ଷା ବିତ୍ପାତ ଯୋଗୁଁ ମୋଟ 70 ଜଣଙ୍କ ମୃତ୍ୟୁ ଘଟିଛି । ପ୍ରାଥମିକ ଆକଳନ ଅନୁଯାୟୀ ରାଜ୍ୟରେ 5 ହଜାର କୋଟିରୁ ଅଧିକ ସମ୍ପତ୍ତିର କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details