ଓଡିଶା

odisha

ଆଗାମୀ 5 ଦିନ ଉତ୍ତର-ପୂର୍ବ ରାଜ୍ୟରେ ପ୍ରବଳ ବର୍ଷିବ

ଆଗାମୀ 5 ଦିନ ଉତ୍ତର-ପୂର୍ବ ରାଜ୍ୟଙ୍କୁ ସତର୍କ ଘଣ୍ଟି । ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, 5 ଦିନ ପଶ୍ଚିମବଙ୍ଗ, ସିକ୍କିମ, ବିହାର ଓ ପୂର୍ବ ୟୁପି ଅଞ୍ଚଳ ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅଧିକ ଖବର ପଢନ୍ତୁ...

By

Published : Jul 12, 2020, 9:28 PM IST

Published : Jul 12, 2020, 9:28 PM IST

ଆଗାମୀ 5 ଦିନ ଉତ୍ତର-ପୂର୍ବ ରାଜ୍ୟ ମାନଙ୍କରେ ପ୍ରବଳ ବର୍ଷା ଆଶଙ୍କା
ଆଗାମୀ 5 ଦିନ ଉତ୍ତର-ପୂର୍ବ ରାଜ୍ୟ ମାନଙ୍କରେ ପ୍ରବଳ ବର୍ଷା ଆଶଙ୍କା

ନୂଆଦିଲ୍ଲୀ: ଆଗାମୀ 5 ଦିନ ଉତ୍ତର-ପୂର୍ବ ରାଜ୍ୟଙ୍କୁ ସତର୍କ ଘଣ୍ଟି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, 5 ଦିନ ପଶ୍ଚିମବଙ୍ଗ, ସିକ୍କିମ, ବିହାର ଓ ପୂର୍ବ ୟୁପି ଅଞ୍ଚଳ ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି 12 ଓ 13 ତାରିଖରେ ଆସାମ ଓ ମେଘାଳୟରେ ମଧ୍ୟ ପ୍ରବଳ ବୃଷ୍ଟିପାତର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ।

ପୂର୍ବ ବିହାର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଟ୍ରପଲାଇନ ଯାଇଥିବାରୁ ଆଗାମୀ 2 ଦିନରେ ପାଗରେ ପରିବର୍ତ୍ତନ ଦେଖାଦେଇପାରେ । ଅନ୍ୟପଟେ ମୁମ୍ବାଇ, ଥାଣେ ଓ ରାଇଗଡ ଜିଲ୍ଲାରେ ଆସନ୍ତା 16 ଯାଏ ପ୍ରବଳ ବର୍ଷିବା ନେଇ ସମ୍ଭାବନା ରହିଛି । ତେବେ ଛତିଶଗଡର ରାୟପୁରରେ ସର୍ବାଧିକ ବର୍ଷାର ରେକର୍ଡ କରାଯାଇଛି । ଏହାଛଡା ଚଳିତ ସପ୍ତାହରେ କିଛି ସ୍ଥାନରେ କାଳବୈଶାଖୀ ସହ ପାଗ ମେଘୁଆ ରହିବା ନେଇ ସୂଚନା ଦେଇଛି ଆଇଏମଡି ।

ସୂଚନାଅନୁଯାୟୀ, ଗତ 24 ଘଣ୍ଟାରେ ହରିୟାଣାରେ ଅଧିକ ବର୍ଷାର ରେକର୍ଡ କରାଯାଇଛି । ପରିମାଣ 55 ମିଲିମିଟର ରେକର୍ଡ କରାଯାଇଛି ।

ସୌଜନ୍ୟ-@ ANI

ABOUT THE AUTHOR

...view details