ଓଡିଶା

odisha

ମାତା ବୈଷ୍ଣୋ ଦେବୀ ଧାମରେ ବରଫ ପାତ, ମଜା ଉଠାଉଛନ୍ତି ପର୍ଯ୍ୟଟକ

By

Published : Jan 7, 2020, 3:06 PM IST

ତ୍ରିକୂଟ ପର୍ବତବାସିନୀ ମାତା ବୈଷ୍ଣୋ ଦେବୀଙ୍କ ଧାମରେ ବର୍ଷା ସହ ବରଫପାତ। ଏହା ଯୋଗୁଁ ହେଲିକପ୍ଟର ସେବାରେ ବାଧାପ୍ରାପ୍ତ ହୋଇଛି। ଅଧିକ ପଢନ୍ତୁ...

Mata Vaishno Devi Dham
ମାତା ବୈଷ୍ଣୋ ଦେବୀ ଧାମରେ ବରଫ ପାତ

ଶ୍ରୀନଗର: ଜମ୍ମୁକଶ୍ମୀରର ମାତା ବୈଷ୍ଣୋ ଦେବୀଙ୍କ ପବିତ୍ରଧାମ ତ୍ରିକୂଟ ପର୍ବତରେ ମଙ୍ଗଳବାର ବର୍ଷା ସହ ବରଫପାତ ହୋଇଛି। ଏହା ସହ ଭୈରୋ ଘାଟି ଓ ସାଞ୍ଝିଛତ ମାର୍ଗରେ ମଧ୍ୟ ବରଫପାତ ହୋଇଛି। ମାତାଙ୍କ ଦର୍ଶନ କରିବା ପାଇଁ ଦେଶର କୋଣ ଅନୁକୋଣରୁ ଆସୁଥିବା ପର୍ଯ୍ୟଟକ ଏହାର ଭରପୁର ମଜା ଉଠାଇଛନ୍ତି।

ରବିବାର ଠାରୁ ହାଲୁକା ବର୍ଷା ଓ ବରଫପାତ ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ସକାଳୁ ଅତ୍ୟଧିକ ବରଫପାତ ଦେଖାଦେଇଛି। ମାତା ବୈଷ୍ଣୋ ଦେବୀ ଶ୍ରାଇନ ବୋର୍ଡ ପକ୍ଷରୁ ମିଳିଥିବା ଖବର ଅନୁସାରେ, ବର୍ଷା ଓ ବରଫପାତ ଯୋଗୁଁ ତାପମାତ୍ରାରେ ଅଧିକାଂଶ ମାତ୍ରାରେ ହ୍ରାସ ଘଟିଛି। ଯେଉଥିପାଇଁ ଶୀତବସ୍ତ୍ର ଦୋକାନ ଆଗରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଛି ।

ଅନ୍ୟପଟେ ଥଣ୍ଡା ଓ ହାଲୁକା ବରଫ ପାତ ଯୋଗୁଁ ହେଲିକପ୍ଟର ସେବାରେ ବାଧାପ୍ରାପ୍ତ ହୋଇଛି । ଏଥିପାଇଁ ଦର୍ଶନ ନିମନ୍ତେ ଆସିଥିବା ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ABOUT THE AUTHOR

...view details