ଓଡିଶା

odisha

ETV Bharat / bharat

ଧଳା ଚାଦରର ରାଜ୍ୟ ହିମାଚଳ - snowfall

ଶିମଲା, କୁଲୁ, ମନାଲି, କେଲଙ୍ଗ ପ୍ରଭୃତି ଜାଗା ଅଧିକ ପ୍ରଭାବିତ ହୋଇଛି । ଏସବୁ ଜାଗାରେ ପ୍ରବଳ ବରଫପାତ ହୋଇଛି । ରାସ୍ତା ଉପରେ ବରଫ ଜମା ହୋଇ ରହିବା ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି । ଲୋକଙ୍କ ଘରଦ୍ବାର ଉପରେ ମଧ୍ୟ ବରଫ ଜମି ରହିଛି । କେତେକ ଘର ସମ୍ପୂର୍ଣ୍ଣ ବରଫରେ ଘୋଡାଇ ହୋଇ ରହିଛି । ଏଥିରେ କିଛି ଲୋକ ଫସିଥିବାର ଅନୁମାନ କରାଯାଉଛି ।

ପ୍ରତୀକାତ୍ମକ ଫଟୋ

By

Published : Mar 5, 2019, 2:25 PM IST

ମନାଲି: ହିମାଚଳ ପ୍ରଦେଶକୁ ବର୍ତ୍ତମାନ ଧଳା ଚାଦରର ରାଜ୍ୟ କହିଲେ କିଛି ଅସୁବିଧା ହେବ ନାହିଁ । ସାରା ରାଜ୍ୟରେ ପ୍ରବଳ ବରଫପାତ ହେବା ସହିତ ରାସ୍ତା ଘାଟ ଜାମ ହୋଇଛି । ଏହାସହ ଅନେକ ଜାଗାରେ ବର୍ଷା ମଧ୍ୟ ହୋଇଛି । ଫଳରେ ହିମାଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।

ଶିମଲା, କୁଲୁ, ମନାଲି, କେଲଙ୍ଗ ପ୍ରଭୃତି ଜାଗା ଅଧିକ ପ୍ରଭାବିତ ହୋଇଛି । ଏସବୁ ଜାଗାରେ ପ୍ରବଳ ବରଫପାତ ହୋଇଛି । ରାସ୍ତା ଉପରେ ବରଫ ଜମା ହୋଇ ରହିବା ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି । ଲୋକଙ୍କ ଘରଦ୍ବାର ଉପରେ ମଧ୍ୟ ବରଫ ଜମି ରହିଛି । କେତେକ ଘର ସମ୍ପୂର୍ଣ୍ଣ ବରଫରେ ଘୋଡାଇ ହୋଇ ରହିଛି । ଏଥିରେ କିଛି ଲୋକ ଫସିଥିବାର ଅନୁମାନ କରାଯାଉଛି ।

ଏହାସହ ଶିମଲା ଓ କେଲଙ୍ଗରେ ଅନେକ ସ୍କୁଲ ଏବଂ କଲେଜ ବନ୍ଦ ରହିଛି । ବରଫ ଜମି ଯାଇଥିବାରୁ ସ୍କୁଲ ସବୁ ଖୋଲିବା ସମ୍ଭବପର ହେଉନାହିଁ । ରାସ୍ତା ଘାଟ, ଘରଦ୍ବାର, ପାହାଡ ପର୍ବତ, ଦୋକାନ ବଜାର ସମସ୍ତ ଜାଗାରେ ତୁଷାରପାତ ଯୋଗୁଁ ଚାରିଆଡେ କେବଳ ଧଳାମୟ ହିଁ ଦେଖାଯାଉଛି । ଏହାସହ ସନ୍ଧ୍ୟା ହେଲେ ଲୋକଙ୍କ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ରାତିରେ ତାପମାତ୍ରା କମିଯିବା ସହ ପ୍ରବଳ ଥଣ୍ଡା ପଡୁଛି ।

ଏହାଛଡା ଗତ ଦୁଇ ଦିନ ହେଲା ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେଉଛି । ଫଳରେ ଏହା ଲୋକଙ୍କୁ ବେଡି ଉପରେ କୋରଡା ମାଡ ଭଳି ହୋଇଛି । ବର୍ଷା ଯୋଗୁଁ ଥଣ୍ଡାର ପରିମାଣ ଆହୁରି ବଢିଯାଇଛି । ତୁଷାରପାତ ଯୋଗୁଁ କେତେକ ଜାଗାରେ ଜାତୀୟ ରାଜପଥ ପାଖରେ ଭୂସ୍ଖଳନ ହୋଇଛି । ଫଳରେ ଅନେକ ଯାନବାହନ ଅଟକି ରହିଛି । ଏହାସହ ଗାଡି ଉପରେ ବରଫ ଜମି ରହିବା ଯୋଗୁଁ ଲୋକେ ଯିବଆସିବା କରିବାରେ ସମସ୍ୟା ଭୋଗିଛନ୍ତି ।

ତେବେ ଏହି ସମୟରେ ରାଜ୍ୟକୁ ଆସିଥିବା ପର୍ଯ୍ୟଟକ ଏହି ପରିବେଶର ମଜା ଉଠାଇଛନ୍ତି । ବରଫରେ ଖେଳିବା ସହ ସେଲ୍ଫି ଉଠାଇଛନ୍ତି । ଏହାସହ କିଛି ପର୍ଯ୍ୟଟକ ଏହି ବରଫପାତ ଯୋଗୁଁ ଫେରିନପାରି ରହିଯାଇଛନ୍ତି । ରାଜ୍ୟ ସରକାର ରାସ୍ତା ଉପରୁ ଜମିଥିବା ବରଫ ସଫା କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି ।

ABOUT THE AUTHOR

...view details