ଓଡିଶା

odisha

ETV Bharat / bharat

ବଦ୍ରୀନାଥରେ ପ୍ରବଳ ତୁଷାରପାତ, ଚିନ୍ତାରେ ପ୍ରଶାସନ - ବଦ୍ରୀନାଥ ଧାମ ନ୍ୟୁଜ

ଗୁରୁବାର ଠାରୁ କ୍ରମାଗତ ଭାବେ ବଦ୍ରୀନାଥ ଧାମରେ ତୁଷାରପାତ । ଉତ୍ତରାଖଣ୍ଡରେ ଜାନୁଆରୀ ମାସ ଭଳି ଶୀତର ଲହରୀ ଜାରି ରହିଛି ।

badrinath dham
badrinath dham

By

Published : Mar 13, 2020, 11:07 PM IST

ଡେରାଡୁନ: ଉତ୍ତରାଖଣ୍ଡରେ ଶୀତର ଲହରୀ ଜାରି ରହିଛି । ମାର୍ଚ୍ଚ ମାସରେ ଜାନୁଆରୀ ମାସ ପରି ଥଣ୍ଡାର ପ୍ରକୋପ ଦେଖିବାକୁ ମିଳିଛି । ଦେବଭୂମୀର ପାହାଡି ଜିଲ୍ଲାମାନଙ୍କରେ ଏବେ ବି ତୁଷାରପାତ ହେଉଛି । ବଦ୍ରୀନାଥଧାମରେ ଗୁରୁବାର ଠାରୁ କ୍ରମାଗତ ଭାବେ ବରଫପାତ ହେଉଛି । ଫଳରେ ସେଠାରେ 7 ଫୁଟର ବରଫ ଜମା ହୋଇ ସାରିଲାଣି ।

ଏପଟେ 30 ଏପ୍ରିଲରେ ବଦ୍ରୀନାଥ ଧାମର କବାଟ ଖୋଲାଯିବ । ଫଳରେ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟ ହୋଇଛି । ଏପରି ତୁଷାରପାତ ଜାରି ରହିଲେ ଚାରିଧାମ ଯାତ୍ରୀଙ୍କ ପାଇଁ ଅସୁବିଧା ସୃଷ୍ଟି ହେବ ।

ଅନ୍ୟପଟେ ହେମକୁଣ୍ଡ ସାହିବରେ ପ୍ରାୟ 22ଫୁଟର ବରଫପାତ ହୋଇଥିବାବେଳେ ଫୁଲଘାଟୀରେ 8ଫୁଟ ଓ ଔଲିରେ 3ଫୁଟର ବରଫ ଚାଦର ଦେଖିବାକୁ ମିଳୁଛି ।

ABOUT THE AUTHOR

...view details