ଓଡିଶା

odisha

ETV Bharat / bharat

ପଡିଆରେ ଚାଲିଛି ମ୍ୟାଚ, ସୀମାରେ ପାକ୍‌ ସେନାର ଗୁଳି ବର୍ଷା - jammu-kashmir

ଜମ୍ମୁ-କାଶ୍ମୀର ପୁଞ୍ଚର ଶାହପୁର ସେକ୍ଟରରେ ପାକ୍‌ ସେନା ଅସ୍ତ୍ରବିରତି ଉଲଙ୍ଘନ କରିଛି । ରବିବାର ସନ୍ଧ୍ୟାରେ ପାକ୍‌ ସେନା ଭାରତୀୟ ସେନାକୁ ଟାର୍ଗେଟ କରି ମୋର୍ଟାର ମାଡ କରିଛି ।

ଫାଇଲ ଫଟୋ

By

Published : Jun 16, 2019, 9:30 PM IST

Updated : Jun 16, 2019, 11:06 PM IST

ଶ୍ରୀନଗର: ଇଣ୍ଡିଆ-ପାକିସ୍ତାନ ମଧ୍ୟରେ ପଡିଆରେ ରୋମାଞ୍ଚକ ମ୍ୟାଚ ଚାଲିଥିବା ବେଳେ ସୀମାରେ ଦୁଷ୍ଟ ପ୍ରକୃତି ଦେଖାଇଛି ପାକିସ୍ତାନ । ଜମ୍ମୁ-କାଶ୍ମୀର ପୁଞ୍ଚର ଶାହପୁର ସେକ୍ଟରରେ ପାକ୍‌ ସେନା ଅସ୍ତ୍ରବିରତି ଉଲଙ୍ଘନ କରିଛି । ରବିବାର ସନ୍ଧ୍ୟାରେ ପାକ୍‌ ସେନା ଭାରତୀୟ ସେନାକୁ ଟାର୍ଗେଟ କରି ମୋର୍ଟାର ମାଡ କରିଛି । ଫଳରେ ଆଖପାଖ ଗ୍ରାମ ଗୁଡିକରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସେପଟେ ପାକ୍‌ ସେନାକୁ କଡା ଜବାବ ଦେଇଛନ୍ତି ଭାରତୀୟ ସେନା ।

ସୂଚନା ଯୋଗ୍ୟ ଯେ, ପୁଞ୍ଚ ଜିଲ୍ଲାରେ କିଛି ଦିନର ବିରତି ପରେ ପାକ୍‌ ସେନା ପୁଣିଥରେ ଅସ୍ତ୍ରବିରତି ଉଲଙ୍ଘନ କରିଛି । ଗତ ଦୁଇ ସପ୍ତାହ ହେବ ସାହପୁର ସେକ୍ଟରରେ ସେନାର ଚେକପୋଷ୍ଟକୁ ଟାର୍ଗେଟ କରି ଗୁଳି ବର୍ଷା କରିଛି ।

Last Updated : Jun 16, 2019, 11:06 PM IST

ABOUT THE AUTHOR

...view details