ଶ୍ରୀନଗର: ସୁଧୁରୁନି ପାକିସ୍ତାନ । ଏଲଓସିରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକ୍ । ସୋମବାର ଜମ୍ମୁ-କାଶ୍ମୀର ଊରି ସେକ୍ଟରରେ ଲାଇନ୍ ଅଫ୍ କଣ୍ଟ୍ରୋଲ (ଏଲଓସି)ରେ ଭାରତୀୟ ଏବଂ ପାକିସ୍ତାନୀ ସୈନ୍ୟଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିବା ଜଣାପଡିଛି ।
ପୋଲିସ ସୂତ୍ରରୁ ପ୍ରକାଶ ଯେ ସୋମବାର ହାଜିପିର ସେକ୍ଟରେ ପାକିସ୍ତାନ ସୈନ୍ୟ ମାନଙ୍କ ତରଫରୁ ଜୋରଦାର ଗୁଳିବିନିମୟ ହୋଇଥିଲା । ଏହାର ଜବାବରେ ଭାରତୀୟ ସେନା ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା ।