ଓଡିଶା

odisha

ETV Bharat / bharat

କେଦାରନାଥରେ ପ୍ରବଳ ବରଫପାତ, ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର - ranifall in kedarnath

ଗତ ରବିବାର କେଦାରନାଥରେ ପ୍ରବଳ ବର୍ଷା  ସହ ବରଫପାତ ହୋଇଛି । ତେବେ ଅଚାନକ୍ କେଦାରନାଥରେ ଏପରି ବରଫପାତକୁ ନଜରରେ ରଖି  ପୋଲିସ ପ୍ରଶାସନ ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Oct 21, 2019, 10:09 AM IST

ଡେରାଡୁନ୍: ଗତ ରବିବାର କେଦାରନାଥରେ ପ୍ରବଳ ବର୍ଷା ସହ ବରଫପାତ ହୋଇଛି । ତେବେ ଅଚାନକ୍ କେଦାରନାଥରେ ଏପରି ବରଫପାତକୁ ନଜରରେ ରଖି ପୋଲିସ ପ୍ରଶାସନ ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ତେବେ ଗତ ରବିବାର କେଦାରପୁରୀରେ ପ୍ରଥମ ବରଫପାତ ଆରମ୍ଭ ହୋଇଥିଲା । ଧୀରେ ଧୀରେ ପ୍ରବଳ ବର୍ଷା ହୋଇଥିଲା ।ତେବେ ଏହା ପୂର୍ବରୁ ମଧ୍ୟ ଗତ ଶନିବାର କେଦାରନାଥ ଧାମରେ ପ୍ରବଳ ବର୍ଷା ସହ ବରଫପାତ ହୋଇଥିଲା । ଯାହ ଫଳରେ ଥଣ୍ଡାର ପ୍ରକୋପ ବଢିବା ସହ କେଦାରନାଥ ଧାମରେ ମାଇନସ ତିନି ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି ।

ଏପଟେ ଏହି କାରଣରୁ ତୀର୍ଥଯାତ୍ରୀଙ୍କ ସମେତ କେଦାରପୁରୀରେ ରହୁଥିବା ଅଧିକାରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନଜରରେ ରଖି ପ୍ରଶାସନ ତରଫରୁ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ABOUT THE AUTHOR

...view details