ହାଇଦ୍ରାବାଦ: ସୋମବାର ଠୁ ଦୁଇଦିନ ଯାଁଏ ବର୍ଷାରେ ଭିଜିବ ତେଲେଙ୍ଗାନା। ଭାରତୀୟ ପାଣିପାଗ ବିଭାଗର ସୂଚନାନୁସାରେ, ଆସନ୍ତାକାଲି(ସୋମବାର) ସକାଳୁ ତେଲେଙ୍ଗାନା ଉପକୂଳ ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ପାଇବା ପରେ ତତ୍ପର ହୋଇ ଉଠିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସେ ନିଜେ ରାଜ୍ୟବାସୀଙ୍କୁ ସଜାଗ ରହିବାକୁ ସିଏମଓ ପରାମର୍ଶ ଦେଇଛନ୍ତି।
ଆସନ୍ତା 2 ଦିନ ହାଇଦ୍ରାବାଦରେ ପ୍ରବଳ ବର୍ଷା, ସତର୍କ କଲେ କେ.ଚନ୍ଦ୍ରଶେଖର ରାଓ - heavy rains lashing the state in next 2 days in telangana
ଭାରତୀୟ ପାଣିପାଗ ବିଭାଗର ସୂଚନାନୁସାରେ, ଆସନ୍ତାକାଲି(ସୋମବାର) ସକାଳୁ ତେଲେଙ୍ଗାନା ଉପକୂଳ ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
![ଆସନ୍ତା 2 ଦିନ ହାଇଦ୍ରାବାଦରେ ପ୍ରବଳ ବର୍ଷା, ସତର୍କ କଲେ କେ.ଚନ୍ଦ୍ରଶେଖର ରାଓ ହାଇଦ୍ରାବାଦରେ ପ୍ରବଳ ବର୍ଷା](https://etvbharatimages.akamaized.net/etvbharat/prod-images/768-512-9135327-849-9135327-1602420357247.jpg)
ରବିବାର ରାଜ୍ୟର ଅନେକ ସ୍ଥାନରେ ହେଉଥିବା ବର୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ମୁଖ୍ୟ ଶାସନ ସଚିବ ସୋମେଶ କୁମାରଙ୍କୁ ସମସ୍ତ ସରକାରୀ ଅଧିକାରୀଙ୍କୁ ସତର୍କ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିଏମଓ ପକ୍ଷରୁ କୁହାଯାଇଛି ଯେ, ଲଗାତାର ବର୍ଷା ଯୋଗୁଁ ରାଜ୍ୟର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ତଳିଆ ଅଞ୍ଚଳ ଉପରେ ନିରନ୍ତର ନଜର ରଖାଯାଉଛି । ଯଦି କୌଣସି ପ୍ରକାରର ସମସ୍ୟା ଆସେ, ସେମାନଙ୍କୁ ତୁରନ୍ତ ସେଠାରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ।
ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ସୋମବାର ଏବଂ ମଙ୍ଗଳବାର ଓଡ଼ିଶା ଠାରୁ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ତେଲେଙ୍ଗାନା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏହାସହ ସୁମୁଦ୍ର ମଧ୍ୟ ଅଶାନ୍ତ ରହିବ । ଏହି ସମୟରେ ପ୍ରବଳ ଘଡଘଡି ସହ ପବନର ବେଗ ମଧ୍ୟ ଅଧିକ ରହିବ । ଯେଉଁଥିପାଇଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପାରେ ବୋଲି ଭାରତୀୟ ପାଣିପାଗ ଆକଳନ କରିଛି ।