ଓଡିଶା

odisha

ETV Bharat / bharat

କେରଳରେ ପ୍ରବଳ ବର୍ଷା, ମୁଖ୍ୟମନ୍ତ୍ରୀଙ୍କ ଜରୁରୀକାଳୀନ ବୈଠକ - ଥିରୁଅନନ୍ତପୁରମ

କେରଳର ବିଭିନ୍ନ ଜିଲ୍ଲାରେ ଲାଗିରହିଛି ପ୍ରବଳ ବର୍ଷା । ଯାହାଦ୍ବାରା ଜନଜୀବନ ବହୁମାତ୍ରାରେ ପ୍ରଭାବିତ ହୋଇଛି । ସେପଟେ ଏନେଇ କେରଳ ମୁଖ୍ୟମନ୍ତ୍ରୀ ଜରୁରିକାଳୀନ ବୈଠକ କରିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Aug 8, 2019, 2:59 PM IST

ଥିରୁଅନନ୍ତପୁରମ: କେରଳର ପାହାଡିଆ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା କାରଣରୁ ଆତଙ୍କ ଓ ଭୟର ବାତାବରଣ ସୃଷ୍ଟି ହୋଇଛି । କନ୍ନୁର, କୋଝିକୋଡ, ମଲପ୍ପୁରମ, ୱାୟନାଡ, ପଲକ୍କଡ, ଏର୍ନାକୁଲମ, ଇଡୁକ୍କି, କୋଟ୍ଟାୟାମ ଓ କୋଲ୍ଲମ ଆଦି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହୋଇଛି । କୁଟ୍ଟନାଡର ଉପରି ଭାଗରେ ବ୍ୟାପକ ଫସଲ ନଷ୍ଟ ହୋଇଥିବାର ସୂଚନା ରହିଛି ।

ମୁନ୍ନାର, ୱାଣ୍ଡିପରିୟାର, ଅଟ୍ଟାପଡି, ମେପ୍ପଡି ଓ କୋଟ୍ଟିୟୁର ଆଦି ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ସେପଟେ ଉତ୍ତର କେରଳର ପାହାଡିଆ ଅଞ୍ଚଳ ଗୁଡିକରେ ଭୂସ୍ଖଳନ ହେବାର ସୂଚନା ରହିଛି । ତରାଇରେ ମଧ୍ୟ ଅନେକ ଅଞ୍ଚଳ ପାଣି ଘେରରେ ରହିବା ସହ ଘର ଗୁଡିକର ବ୍ୟାପକ କ୍ଷୟକ୍ଷତି ହୋଇଛି । କେରଳର ଦୁଇଟି ପୃଥକ ସ୍ଥାନରେ ଦୁଇ ଜଣଙ୍କ ମୃତ୍ୟ ହୋଇଥିବା ଜଣାପଡିଛି । ମୁନ୍ନାର ଓ ୱାୟନାତ ବାହ୍ୟଜଗତରୁ ଏକପ୍ରକାର ବିଚ୍ଛିନ୍ନ ହୋଇପଡିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଜରୁରିକାଳୀନ ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ଷା ପାଇଁ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ, ଏନଡିଆରଏଫ ଟିମର ସହାୟତା ନିଆଯିବ । ନଦୀରେ ପାଣି ବଢି ଯିବାରୁ ଡ୍ୟାମ ଗୁଡିକ ମଧ୍ୟ ଖୋଲି ଦିଆଯାଇଛି।

ABOUT THE AUTHOR

...view details