ଓଡିଶା

odisha

ETV Bharat / bharat

ମୌସୁମୀ ସକ୍ରିୟ: ଆସନ୍ତା 24 ଘଣ୍ଟାରେ ଦେଶର ଅଧିକାଂଶ ରାଜ୍ୟରେ ପ୍ରବଳ ବର୍ଷିବ - weather update

ପାଣିପାଗ ବିଭାଗ ମଧ୍ୟପ୍ରଦେଶର 6 ଜିଲ୍ଲା ଓ ମୁମ୍ବାଇର ଆଖାପଖ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି । ଅଧିକ ପଢନ୍ତୁ...

ଓ୍ବେଦର ଅପଡେଟ: ଆସନ୍ତା 24 ଘଣ୍ଟାରେ ଦେଶର ଅଧିକାଂଶ ରାଜ୍ୟରେ ପ୍ରବଳ ବର୍ଷିବ
ମୌସୁମୀ ସକ୍ରିୟ: ଆସନ୍ତା 24 ଘଣ୍ଟାରେ ଦେଶର ଅଧିକାଂଶ ରାଜ୍ୟରେ ପ୍ରବଳ ବର୍ଷିବ

By

Published : Aug 22, 2020, 12:11 PM IST

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ସାରା ଦେଶରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଏହି କ୍ରମରେ ଓଡିଶା, ପଶ୍ଚିମବଙ୍ଗ,ଝାଡଖଣ୍ଡ, ଉତ୍ତର ତେଲେଙ୍ଗାନା ଏବଂ ମଧ୍ୟପ୍ରଦେଶର କିଛି ଅଂଶରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭବାନା ରହିଛି । ପୂର୍ବ ରାଜସ୍ଥାନ, କୋଙ୍କଣ ଗୋଆ, ଉପକୂଳ କର୍ଣ୍ଣାଟକ ଏବଂ ଗୁଜୁରାଟର କିଛି ଅଂଶରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେହିପରି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବର କିଛି ଅଂଶ, ବିହାର, ଉତ୍ତରପ୍ରଦେଶର କିଛି ଅଂଶ, ଉପ-ହିମାଳୟ ପଶ୍ଚିମବଙ୍ଗ, ସିକ୍କିମ ଏବଂ ଉତ୍ତର ପୂର୍ବ ଭାରତରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଉତ୍ତର ଭାରତ, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

ମହାରାଷ୍ଟ୍ରରେ ଆସନ୍ତା 24 ଘଣ୍ଟା ମଧ୍ୟରେ ମୁମ୍ବାଇ, ଥାନେ, ରାଇଗଡ ଏବଂ ପାଲଘର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ବିଦର୍ଭ ଅଞ୍ଚଳରେ ଆସନ୍ତା 48 ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପାଲଘର, ଥାନେ, ମୁମ୍ବାଇ, ରାଇଗଡରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ।

ଆଇଏମଡି ଡେପୁଟି ଡାଇରେକ୍ଟର ଜେନେରାଲ କେ.ଏସ ହୋସଲିକର ଶୁକ୍ରବାର ଟ୍ବିଟ କରି କହିଛନ୍ତି, ରବିବାର ମଧ୍ୟ ସମାନ ଅବସ୍ଥା ରହିବ। ଆଗାମୀ 48 ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହାପୂର୍ବରୁ ଗତ 24 ଘଣ୍ଟା ମଧ୍ୟରେ ଶୁକ୍ରବାର ସକାଳ 8.30 ପର୍ଯ୍ୟନ୍ତ ମୁମ୍ବାଇ ଏବଂ ଥାନାରେ ପ୍ରବଳରୁ ମଧ୍ୟମ ବର୍ଷା ରେକର୍ଡ କରାଯାଇଥିଲା । ବିଭାଗ ଅନୁଯାୟୀ, ରାୟଗଡ ଜିଲ୍ଲାକୁ ଲାଗିଥିବା ମାଥେରାନ ଅବଜରଭେଟୋରୀରେ ଏହି ସମୟ ମଧ୍ୟରେ 122.20 ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ପାଣିପାଗ ବିଭାଗ ଶୁକ୍ରବାର ଦିନ କହିଛି ଯେ ମଧ୍ୟପ୍ରଦେଶର 6ଟି ଜିଲ୍ଲା ହୋଶଙ୍ଗାବାଦ, ବେତୁଲ, ହରଡା, ଜବଲପୁର, ନରସିଂହପୁର ଏବଂ ସେଓନିରେ ଆଜି(ଶନିବାର) ଅତ୍ୟଧିକ ମାତ୍ରାରେ ବର୍ଷା ହୋଇପାରେ । ଏହା ବ୍ୟତୀତ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଦ୍ୟା, ରାଇସେନ, ସେହୋର, ଉଜୈନ, ଦେବାସ, କଟନି, ଛିଣ୍ଡୱାରା, ମଣ୍ଡେଲା, ବାଲାଘାଟ, ପାନ୍ନା, ସାଗର ଏବଂ ଦାମୋରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି ।

ଜମ୍ମୁରେ ବର୍ଷା ହେତୁ ନଦୀ ଡ୍ରେନଗୁଡିକରେ ପ୍ରବଳ ମାତ୍ରାରେ ପାଣି ବୋହିବାରେ ଲାଗିଛି । ଏନେଇ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥ ବନ୍ଦ ରହିଛି । ଏହି ରାଜପଥରେ ପ୍ରାୟ 3000 ଗାଡି ଅଟକି ରହିଥିବାବେଳେ ବର୍ଷା ହେତୁ ଜଣଙ୍କର ମୃତ୍ୟୁ ଘଟିଛି । ଆସନ୍ତା 48 ଘଣ୍ଟା ପାଇଁ ପାଗ ଖରାପ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ABOUT THE AUTHOR

...view details