ଓଡିଶା

odisha

ETV Bharat / bharat

ୱେଦର ଅପଡେଟ: ଦକ୍ଷିଣ ଭାରତ ସହ ଅନେକ ରାଜ୍ୟରେ ପ୍ରବଳ ବର୍ଷିବ - ଓ୍ବେଦର ଅପଡେଟ

ଗତ କିଛି ଦିନ ଧରି ଦେଶର ବିଭିନ୍ନ ରାଜ୍ୟରେ ଜାରି ରହିଛି ବର୍ଷା । ଅତ୍ୟଧିକ ବର୍ଷାରେ ବେହାଲ ଜନଜୀବନ । ସମ୍ପୂର୍ଣ୍ଣ ପଢନ୍ତୁ...

ଓ୍ବେଦର ଅପଡେଟ
ଓ୍ବେଦର ଅପଡେଟ

By

Published : Sep 26, 2020, 2:09 PM IST

ନୂଆଦିଲ୍ଲୀ: ଚଳିତବର୍ଷ ଅଗଷ୍ଟରେ ଆଶା କରାଯାଉଥିବା ଠାରୁ ବହୁତ ଅଧିକ ମାତ୍ରାରେ ବର୍ଷା ହୋଇଛି । ସେପ୍ଟେମ୍ବରରେ ବହୁତ କମ ବର୍ଷା ହୋଇଛି । ତେବେ, ଚଳିତଥର ମୌସୁମୀ ଦୀର୍ଘ ସମୟ ଧରି ରହିଥିବାବେଳେ ଏହା ଚଳିତମାସ ଶେଷରେ ଏହା ଫେରିବ ବୋଲି ଆଶଙ୍କା ରହିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରାୟ ଦୁଇ ସପ୍ତାହ ବିଳମ୍ବ ସହିତ 28 ସେପ୍ଟେମ୍ବର ଉତ୍ତର-ପଶ୍ଚିମ ଭାରତରୁ ଫେରିବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ମୁତାବକ, ମହାରାଷ୍ଟ୍ରରୁ ବାହାରିବା ସମୟରୁ ସ୍ୱାଭାବିକ ଠାରୁ କିଛି ସ୍ଥାନରେ ସାମାନ୍ୟ ବିଳମ୍ବ ହୋଇପାରେ।

ତେବେ ଆଜି (ଶନିବାର) ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ବିହାର, ଉପ-ହିମାଳୟ, ପଶ୍ଚିମବଙ୍ଗ, ସିକ୍କିମ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରା, ଉପକୂଳବର୍ତ୍ତୀ ରାଜ୍ୟ ଏବଂ ୟାନାମରେ ବିଚ୍ଛିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା କରିଛି ପାଣିପାଗ ବିଭାଗ । ଅନ୍ୟପଟେ ତେଲେଙ୍ଗାନା ଏବଂ ଉପକୂଳ କର୍ଣ୍ଣାଟକରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ, ଆଗକୁ ଆହୁରି ବର୍ଷିବ ବୋଲି ଚେତାବନି ଦେଇଛି ପାଣିପାଗ ବିଭାଗ ।

ଶନିବାର ତେଲେଙ୍ଗାନାରେ ପ୍ରବଳ ବର୍ଷା ହେବାନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆଇଏମଡି କହିଛି ଯେ, ଶନିବାର ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଦ୍ୱାରା ଏହାର ବୁଲେଟିନରେ କୁହାଯାଇଛି ଯେ, ପଶ୍ଚିମ ଗୋଦାବରୀ, କୃଷ୍ଣ, ଗୁଣ୍ଟୁର, ପ୍ରକାଶ, ନେଲୋର, ଚିତ୍ତୁର, ଅନନ୍ତପୁର, କାଡପ୍ପା ଏବଂ କୁର୍ନୁଲ ଜିଲ୍ଲାର ବିଚ୍ଛିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହା ବ୍ୟତୀତ ଶ୍ରୀକାକୁଲମ, ବିଜୟନଗରମ, ବିଶାଖାପାଟନମ ଏବଂ ପୂର୍ବ ଗୋଦାବରୀ ଜିଲ୍ଲାର ବିଚ୍ଛିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ।

ପ୍ରକାଶ ଯେ, ସାଧାରଣତଃ ଗୁଜୁରାଟ, ରାଜସ୍ଥାନ, ଜମ୍ମୁ କାଶ୍ମୀର, ଲଦାଖ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମ ଉତ୍ତରପ୍ରଦେଶର କିଛି ଅଂଶ ଏବଂ ପୂର୍ବ ୟୁପି ଏବଂ ପଶ୍ଚିମ ମଧ୍ୟପ୍ରଦେଶରୁ ଅକ୍ଟୋବର 1 ତାରିଖରେ ମୌସୁମୀ ଫେରିଯିବ । ତେବେ ଅକ୍ଟୋବରର ଦ୍ୱିତୀୟ ସପ୍ତାହ ଶେଷ ସୁଦ୍ଧା ପୁଣେ ଏବଂ ମୁମ୍ବାଇରେ ମୌସୁମୀ ଫେରିବାର ସଂକେତ ରହିଛି। ସେପ୍ଟେମ୍ବର 27 ପରେ କେନ୍ଦ୍ରୀୟ ମହାରାଷ୍ଟ୍ର, ମରାଠୱାଡା ଏବଂ ବିଦର୍ଭରେ ବର୍ଷା ଯଥେଷ୍ଟ କମ ହେବ ବୋଲି ଆଶା କରାଯାଉଛି, କିନ୍ତୁ କୋଙ୍କଣରେ ପ୍ରଭାବ କମ ହେବ ନାହିଁ । ବର୍ଷା ହ୍ରାସ ପାଇବ ଏବଂ ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା କୋଙ୍କଣରେ ପାଗ ଭଲ ହେବ ବୋଲି ଆଶା କରାଯାଉଛି।

ABOUT THE AUTHOR

...view details