ଓଡିଶା

odisha

ETV Bharat / bharat

2 ରୁ 3 ଦିନ ଯାଏଁ ଉତ୍ତର ଭାରତ ସମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷିବ - Heavy rains are expected in many states

ଦେଶରେ ସକ୍ରିୟ ରହିଛି ମୌସୁମୀ । ଆସନ୍ତା 2 ଦିନ ମଧ୍ୟରେ ସମଗ୍ର ଉତ୍ତରଭାରତ ସହ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷିବାର ସମ୍ଭାବନା । ଅଧିକ ପଢନ୍ତୁ...

ଓ୍ବେଦର ଅପଡେଟ: 2 ରୁ 3 ଦିନ ଉତ୍ତର ଭାରତ ସମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷିବ
ଓ୍ବେଦର ଅପଡେଟ: 2 ରୁ 3 ଦିନ ଉତ୍ତର ଭାରତ ସମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷିବ

By

Published : Jul 21, 2020, 12:46 PM IST

ନୂଆଦିଲ୍ଲୀ: ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ଦୁଇ ଦିନ ମଧ୍ୟରେ ରାଜଧାନୀ ଦିଲ୍ଲୀର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ରାଜଧାନୀ ବ୍ୟତୀତ ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର, ଗିଲଗିଟ-ବାଲ୍ଟିସ୍ତାନ, ମୁଜାଫରବାଦ, ପଞ୍ଜାବ, ହରିୟାଣା ଏବଂ ଉତ୍ତର ରାଜସ୍ଥାନ, ଉତ୍ତରାଖଣ୍ଡ, ବିହାର, ପଶ୍ଚିମବଙ୍ଗ, ସିକ୍କିମ, ଆସାମ, ମେଘାଳୟ, ଅରୁଣାଚଳପ୍ରଦେଶରେ ମୌସୁମୀ ସକ୍ରିୟ ରହିଛି । ଯାହାକୁ ନେଇ ଏହି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ଆଉ କେତେକ ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ।

ସେହିପରି ମଧ୍ୟପ୍ରଦେଶ, ଛତିଶଗଡ, ଝାଡଖଣ୍ଡ, ଗାଙ୍ଗେଟିକ ପଶ୍ଚିମବଙ୍ଗ, ଓଡିଶା, ଉପକୂଳ ଆନ୍ଧ୍ରପ୍ରଦେଶ, ବିଦର୍ଭ, ମରାଠୱାଡା, ଦକ୍ଷିଣ-ମଧ୍ୟପ୍ରଦେଶ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ରାୟଲସୀମା ଏବଂ ଲକ୍ଷ୍ମୀଦ୍ୱୀପ ଉପରେ ମୌସୁମୀ ସକ୍ରିୟ ରହିଛି । ଏହାକୁ ନେଇ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଉତ୍ତର କୋଙ୍କଣ ଗୋଆ, ଗୁଜୁରାଟ, ତେଲେଙ୍ଗାନା, ତାମିଲନାଡୁ ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ଆଶଙ୍କା ରହିଛି।

ପାଣିପାଗ ବିଷେଶଜ୍ଞଙ୍କ ସୂଚନା ମୁତାବକ, ଉତ୍ତରପଶ୍ଚିମ ଭାରତରେ ଆସନ୍ତା 2 ରୁ 3 ଦିନ ମଧ୍ୟରେ ବଙ୍ଗୋପସାଗରରୁ ଶୁଷ୍କ ବାୟୁ ଏବଂ ଉତ୍ତର-ପଶ୍ଚିମ ଭାରତ ଉପରେ ଆରବ ସାଗରରୁ ଦକ୍ଷିଣ-ପଶ୍ଚିମ ପବନର ମିଶ୍ରଣ ହେବ। ଏହି ସମୟରେ ମୌସୁମୀ ମଧ୍ୟ ଏଠାରେ ପହଞ୍ଚିଛି । ଏହି 2ଟି କାରଣରୁ ଆଗାମୀ 24 ଘଣ୍ଟା ମଧ୍ୟରେ ଦିଲ୍ଲୀ-ଏନସିଆରରେ ମଧ୍ୟମରୁ ପ୍ରବଳ ବର୍ଷା ଧରଣର ହୋଇପାରେ ।

ABOUT THE AUTHOR

...view details