ନୂଆଦିଲ୍ଲୀ: ଉତ୍ତର ଭାରତ ସମେତ ଅନେକ ରାଜ୍ୟରେ ରବିବାର ବର୍ଷା ପରେ ତାପମାତ୍ରା ହ୍ରାସ ପାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଗୁଜୁରାଟ ଓ ଓଡିଶାରେ ଆସନ୍ତା କିଛି ଦିନ ମଧ୍ୟରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ପାଣିପାଗ ବିଭାଗ ମୁମ୍ବାଇରେ ଉଚ୍ଚ ଜୁଆରର ଚେତାବନୀ ଦେଇଛି। ବିଭାଗର ସୂଚନାନୁସାରେ, ଆଜି ରାତି ପ୍ରାୟ 1 ଟା ସମୟରେ ସମୁଦ୍ର ତରଙ୍ଗ 4.67 ମିଟର ଉଚ୍ଚକୁ ଉଠିପାରେ । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସମୁଦ୍ର କୂଳକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ପ୍ରବଳ ବର୍ଷାର ସତର୍କତାକୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସ ଲୋକଙ୍କୁ ନିଜ ଘରେ ରହିବାକୁ ନିବେଦନ କରିଛି।
ବିଭାଗର ସୂଚନାନୁସାରେ, 15 ମିଲିଲିଟରରୁ କମ୍ ବୃଷ୍ଟିପାତକୁ ହାଲୁକା ବର୍ଷା । ମଧ୍ୟମ ବୃଷ୍ଟିପାତ 15 ରୁ 64.5 ମିଲିଲିଟର ଓ ପ୍ରବଳ ବର୍ଷା 64.5 ମିଲିଲିଟିରରୁ ଅଧିକ ବୋଲି ବିବେଚନା କରାଯାଏ। ଦିଲ୍ଲୀରେ ପ୍ରବଳ ପବନ ଓ ବର୍ଷା ହେତୁ ତାପମାତ୍ରା ହ୍ରାସ ପାଇଛି । ସ୍କାଏମେଟ୍ ପାଣିପାଗ ରିପୋର୍ଟ ଅନୁଯାୟୀ ଗୁଜୁରାଟର କିଛି ଅଞ୍ଚଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଜାରି ରହିପାରେ। ଏଥି ସହିତ ମଧ୍ୟପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗ, ସିକ୍କିମ, ଓଡିଶା, ଗୋଆ, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର କିଛି ଅଞ୍ଚଳରେ ବର୍ଷା ହେବାର ଆଶଙ୍କା ରହିଛି।