ବେଙ୍ଗାଲୁରୁ: ଦକ୍ଷିଣ କର୍ଣ୍ଣାଟକରେ ଗତ ତିନି ଦିନ ହେବ ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ହୋଇ ପଡିଛି ଜନ ଜୀବନ । ବର୍ଷାରେ ବହୁ ଫସଲ ନଷ୍ଟ ହେବା ସହ 111 ଘର ଭାଙ୍ଗିଯାଇଛି ।
କର୍ଣ୍ଣାଟକରେ ବର୍ଷା ବିତ୍ପତ୍ତି: ଭାଙ୍ଗିଗଲା 111 ଘର - ଧୋଇଗଲା ଫସଲ
ଦକ୍ଷିଣ କର୍ଣ୍ଣାଟକରେ ତିନି ଦିନ ଧରି ଲଗାଣ ବର୍ଷାରେ ଜନ ଜୀବନ ପ୍ରଭାବିତ ହୋଇଛି । ବହୁ ଫସଲ ନଷ୍ଟ ହେବା ସହ 111ଘର ଭାଙ୍ଗିଯାଇଛି । ଅଧିକ ପଢନ୍ତୁ...
ଲଗାଣ ବର୍ଷାରେ କେରଳର କାଲାବୁର୍ଗୀ,ୟାଦଗିରି,ବାଗାଲକୋଟା,ବେଲଗିରି,ବେଲଗାଭି ଓ ବିଡର ଜିଲ୍ଲାଗୁଡିକ ବେଶୀ ପ୍ରଭାବିତ ହୋଇଛି । ସେଠାରେ ଥିବା ଛୋଟ ଛୋଟ ହ୍ରଦରୁ ପାଣି ପ୍ରଭାବିତ ହୋଇ ଗାଁରେ ଭର୍ତ୍ତି ହୋଇଯାଇଥିଲା । କାଲାବୁର୍ଗୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାରୁ ବହୁ ଫସଲ ନଷ୍ଟ ହୋଇଛି । ବର୍ଷା ବଢିବା ହେତୁ ଭିମା ନଦୀର ଜଳସ୍ତର ବଢିଛି । ଫଳରେ ଅଫଜଲପୁର,ଜେଭାର୍ଗୀ ଓ କାଲବୁର୍ଗୀର ପାଖିପାଖି 100ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବାଗାଲକୋଟାରେ ମଧ୍ୟ ପ୍ରବଳ ବର୍ଷା କାରଣରୁ ଫସଲ ନଷ୍ଟ ହେବା ସହ 111ଘର ଭାଙ୍ଗିଯାଇଛି । ୟାଦଗିରି ଜିଲ୍ଲାରେ ଜଣେ କପା ଚାଷୀଙ୍କ ଘର ଭୁଷୁଡି ଯିବାରୁ ସେ ବାସହରା ହୋଇଛନ୍ତି । ଏଥର ଭଲ ଫସଲ ହୋଇଥିବା ଚାଷୀ କହୁଥିବା ବେଳେ ସେ ସବୁକୁ ଧୋଇନେଇଛି ବର୍ଷା । ବିଲେଗାଭି ଓ ଅଥାନୀ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ରାସ୍ତାକୁ ପାଣି ମାଡି ଆସିବାରୁ ସହରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ