ଓଡିଶା

odisha

ETV Bharat / bharat

ବିହାରରେ ଲଗାଣ ବର୍ଷା, କୋଟି କୋଟି ଟଙ୍କାର ଫଳ ନଷ୍ଟ - କୋଟି କୋଟି ଟଙ୍କାର ଫଳ ନଷ୍ଟ

ଲଗାଣ ବର୍ଷାରେ ବେହାଲ ବିହାର । ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ନଷ୍ଟ ହୋଇଛି କୋଟି କୋଟି ଟଙ୍କାର ସମ୍ପତ୍ତି। ଏମିତିରେ ଫଳ ବେପାରୀଙ୍କ ଦୁଃଖ କହିଲେ ନସରେ। ଅକାତ ପାଣିରେ ପଚି ଗଲାଣି ଫଳ ସବୁ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

By

Published : Oct 3, 2019, 3:19 PM IST

ପାଟନା: ଲଗାଣ ବର୍ଷାରେ ବେହାଲ ବିହାର । ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ନଷ୍ଟ ହୋଇଛି କୋଟି କୋଟି ଟଙ୍କାର ସମ୍ପତ୍ତି । ଏମିତିରେ ଫଳ ବେପାରିଙ୍କ ଦୁଃଖ କହିଲେ ନସରେ । ମୁଣ୍ଡେ ମୁଣ୍ଡେ ପାଣିରେ ପଚି ଗଲାଣି ଫଳ ସବୁ । ଫଳରେ କୋଟି କୋଟି ଟଙ୍କାର କ୍ଷତି ସହିଲେଣି ବେପାରୀ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସୂଚନା ମୁତାବକ ବିହାରରେ ଲଗାଣ ବର୍ଷା ଯୋଗୁଁ ଏକ ପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହଜାର ହଜାର ଲୋକ ଜଳବନ୍ଦୀ ହୋଇଥିବା ବେଳେ ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ହେଲେ ପ୍ରକୃତିର କହରରୁ ବଞ୍ଚିପାରିନାହାନ୍ତି ଫଳ ବ୍ୟବସାୟୀ । ଅଧା ଫଳ ପାଣିରେ ଭାସି ଯାଇଥିବା ବେଳେ ଅଧା ପାଣିରେ ବୁଡି ପଚି ଯାଇଛି ।

କହିବାକୁ ଗଲେ ନିଜ ଜୀବିକାକୁ ହରାଇ ଏକ ପ୍ରକାର ଭାଙ୍ଗି ପଡିଛନ୍ତି ପାଟନାର ଫଳ ବେପାରୀ । ତେଣେ ଏନେଇ ସରକାରଙ୍କ ତରଫରୁ କୌଣସି ସହାୟତା ନ ମିଳିଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details