ମୁମ୍ବାଇ: ପ୍ରବଳ ବର୍ଷାରେ ବେହାଲ ମାୟାନଗରୀ । କୃତ୍ରିମ ବନ୍ୟାରେ ଜଳବନ୍ଦୀ ମୁମ୍ବାଇବାସୀ । ପ୍ରମୁଖ ଅଞ୍ଚଳ ଜଳଘେରରେ ରହିଥିବାବେଳେ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଛି ।
11 ଘଣ୍ଟା ବନ୍ୟା ପାଣିରେ ଫସିଛନ୍ତି 2000 ରେଳ ଯାତ୍ରୀ
ବର୍ଷାରେ ବେହାଲ ମୁମ୍ବାଇ । ମହାରାଷ୍ଟ୍ରରେ ବର୍ଷା ଯୋଗୁ ସଙ୍ଗୀନ ହୋଇପଡିଛି ବନ୍ୟା ସ୍ଥିତି । କୃତ୍ରିମ ବନ୍ୟାରେ ମୁମ୍ବାଇବାସୀ ଜଳବନ୍ଦୀ ହୋଇପଡ଼ିଥିବାବେଳେ ବଦଳାପୁର ଓ ୱାନଗନି ମଝିରେ ଫସିରହିଛି ଟ୍ରେନ ।
ସେପଟେ ମହାରାଷ୍ଟ୍ରରେ ବର୍ଷା ଯୋଗୁ ସଙ୍ଗୀନ ହୋଇପଡ଼ିଛି ବନ୍ୟା ସ୍ଥିତି । ଫଳରେ ବଦଲାପୁର ଓ ୱାନଗନି ମଝିରେ ମହାଲକ୍ଷ୍ମୀ ଏକ୍ସପ୍ରେସ ଅଟକି ରହିଛି । ଫଳରେ 2000 ଯାତ୍ରୀ ଫସିରହିଥିବାବେଳେ ଏନଡିଆରଏଫ ଟିମ, ନୌସେନା ଓ ଏୟାରଫୋର୍ସ ଟିମର ସହାୟତାରେ ଲୋକଙ୍କୁ ଉଦ୍ଧାର କରାଯିବା ସହ ଖାଦ୍ୟ ଓ ପାଣି ଯୋଗାଯାଉଛି ।
ତେବେ ଆଜି ମଧ୍ୟ ମୁମ୍ବାଇରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଗତ 24ଘଣ୍ଟା ମୁମ୍ବାଇର ଉପନଗର ଅଞ୍ଚଳରେ 150ରୁ 180 ମିଲିମିଟର ବର୍ଷା ହୋଇଥିବା ବେଳେ ଆଗକୁ ଆହୁରି ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଗତକାଲି ବର୍ଷା ଯୋଗୁ ମୁମ୍ବାଇ ବିମାନବନ୍ଦରରୁ 17ଟି ବିମାନ ଗତି ପଥ ବଦଳାଇଥିବାବେଳେ ଆଉ କେତେକ ବିମାନ ବିଳମ୍ବରେ ପହଞ୍ଚିଥିଲା ।