ହାଇଦ୍ରାବାଦ: ଲଗାତାର ବର୍ଷାରେ ହାଇଦ୍ରାବାଦର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ଆସନ୍ତା ତିନି ଦିନ ମଧ୍ୟରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏବଂ ତେଲେଙ୍ଗାନାର ଅନେକ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି । ହାଇଦ୍ରାବାଦରେ 600 ରୁ ଅଧିକ କୋଠାକୁ ଅସୁରକ୍ଷିତ ଘୋଷିତ କରାଯାଇଛି ।
ବନ୍ୟା ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଅଧିକାରୀଙ୍କୁ ସତର୍କ ରହିବାକୁ କହିଛନ୍ତି । ନିକଟରେ ଜୟଶଙ୍କର ଭୁପାଲପାଲି ଜିଲ୍ଲାରେ କୁନ୍ଦନପାଲି ଗାଁର 12 ଜଣ କୃଷକଙ୍କୁ ହେଲିକପ୍ଟର ଯୋଗେ ଏନଡିଆରଏଫ ଉଦ୍ଧାର କରିଛନ୍ତି ।
ତେବେ ପରିସ୍ଥିତିକୁ ଦେଖି ହାଇଦ୍ରାବାଦରେ ଦୁଇଟି କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରାଯାଉଛି । ଉଦ୍ଧାର କାର୍ଯ୍ୟ ପାଇଁ ଦୁଇଟି ଚପର ମଧ୍ୟ ନିୟୋଜିତ ହୋଇଛନ୍ତି । ଏହାସହ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସକୁ ସତର୍କ କରାଯାଇଛି । ୱାରଙ୍ଗାଲ ଏବଂ କରିମନଗରରେ ଟ୍ୟାଙ୍କର ଓଭରବ୍ରିଜ୍ ହେତୁ ଜଳବନ୍ଦୀ ହେବାର ଆଶଙ୍କା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।