ନୂଆଦିଲ୍ଲୀ: ଶାହିନବାଗରେ ବ୍ୟାପକ ପୋଲିସ ମୁତୟନ । ସୁରକ୍ଷା ଦୃଷ୍ଟିରୁ ରବିବାର ଧାରଣାସ୍ଥଳରେ ମୁତୟନ ହୋଇଛନ୍ତି ପୋଲିସ । ଧାରଣାସ୍ଥଳକୁ ହଟାଇବା ପାଇଁ ହିନ୍ଦୁସେନା ଡାକରା ଦେବା ପରେ ରବିବାର ଶାହିନବାଗରେ ପୋଲିସ ଛାଉଣି କରାଯାଇଛି ।
ଏହାସହ ଶାହିନବାଗରେ ଧାରା 144 ଲଗାଯାଇଛି । ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ପରେ ଶାହିନବାଗରେ କିଛି ଘଟିପାରେ ବୋଲି ଆଶଙ୍କା କରି ଏପରି କରାଯାଇଛି ।