ଓଡିଶା

odisha

ETV Bharat / bharat

କୋରୋନା ଆକ୍ରାନ୍ତଙ୍କ ଶରୀରରେ ହୃଦପିଣ୍ଡ‌ ସଂକ୍ରମଣ, ମୃତ୍ୟୁର ନୂଆ ଆଭାସ - କୋରୋନା ଗବେଷଣା

ଯେଉଁ ଆକ୍ରାନ୍ତଙ୍କ ଶରୀରରେ ଟ୍ରୋପୋନିନ ସ୍ତର ସାମାନ୍ୟ ରହିଥିଲା ସେମାନଙ୍କୁ ଡାକ୍ତରଖାନାରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ସେହିପରି ସାଧାରଣ ଟ୍ରୋପୋନିନସ୍ତର ରହିଥିବା ଆକ୍ରାନ୍ତଙ୍କ ମଧ୍ୟରୁ 75 ପ୍ରତିଶତଙ୍କ ଠାରେ ମୃତ୍ୟୁ ଆଶଙ୍କା ଦେଖାଦେଇଥିଲା । ଅନ୍ୟପଟେ ଗୁରୁତର ଟ୍ରୋପୋନିନ ସ୍ତର ଥିବା ଆକ୍ରାନ୍ତ ମାନଙ୍କରେ ମୃତ୍ୟୁ ଆଶଙ୍କା ସାଧାରଣଙ୍କ ତୁଳନାରେ ତିନି ଗୁଣା ଅଧିକ ରହିଥିଲା ।

heart injury in corona patients, latest coronavirus news, troponin level, risk of death among corona patients, corona research, କୋରୋନା ଆକ୍ରାନ୍ତଙ୍କଠାରେ ହୃତ୍‌ ସଂକ୍ରମଣ, ଟ୍ରୋପୋନିନ ସ୍ତର, କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଆଶଙ୍କା, କୋରୋନା ଗବେଷଣା, କୋରୋନା ଭାଇରସ ଲାଟେଷ୍ଟ ନ୍ୟୁଜ୍‌
କୋରୋନା ଆକ୍ରାନ୍ତଙ୍କ ଶରୀରରେ ହୃତ୍‌ ସଂକ୍ରମଣ, ମୃତ୍ୟୁର ନୂଆ ଆଭାସ

By

Published : Jun 11, 2020, 7:26 PM IST

ହାଇଦ୍ରାବାଦ: କୋରୋନା ସଂକ୍ରମଣର ପ୍ରକାର ଭେଦକୁ ନେଇ ଚାଲିଛି ନାନା କଳ୍ପନା ଜଳ୍ପନା । ଏମିତିରେ ନ୍ୟୁୟର୍କ ସିଟିର ହସ୍ପିଟାଲ ନେଟୱାର୍କ ମାଇଣ୍ଟ ସିନାଇରେ ହୋଇଥିବା ସଦ୍ୟତମ ଗବେଷଣାରୁ ଜଣା ପଡିଛି କି କୋରୋନା ଆକ୍ରାନ୍ତଙ୍କ ଶରୀରରେ ହୃଦ ସଂକ୍ରମଣ(ମାଇଓକାର୍ଡିଆଲ ଇନଜ୍ୟୁରି) ହୋଇଥାଏ । ସମସ୍ତେ ଏହା ଦ୍ବାରା ପ୍ରଭାବିତ ନହେଲେ ବି ଅନେକ ସମ୍ଭାବ୍ୟ ହୃଦରୋଗୀମାନେ କୋରୋନା ସଂକ୍ରମଣ ଦ୍ବାରା ହୃଦ ସଂକ୍ରମଣର ଶିକାର ହୋଇଥାଆନ୍ତି । ତେବେ ଏହି ଆକ୍ରାନ୍ତମାନଙ୍କ ମୃତ୍ୟୁ ଆଶଙ୍କା ସର୍ବାଧିକ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

ଏନେଇ ଜୁନ 5ରେ ଆମେରିକାନ କଲେଜ ଅଫ କାର୍ଡିଓଲୋଜି ଜର୍ଣ୍ଣାଲରେ ଏକ ବିସ୍ତୃତ ବିବରଣୀ ପ୍ରକାଶ ପାଇଥିଲା । ଯେଉଁଥିରେ ଲେଖା ରହିଛି କି କୋରୋନା ସଂକ୍ରମଣର ରକ୍ତ କୋଷିକା ଓ ହୃତପିଣ୍ଡ ଉପରେ ଅନେକ ପ୍ରଭାବ ରହିଥିବା ସ୍ପଷ୍ଟ ହୋଇସାରିଛି । ଏହି ତଥ୍ୟ ଆଧାରରେ ଦେଖାଯାଇଥିଲା କି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କୋରୋନା ସଂକ୍ରମିତଙ୍କ ମଧ୍ୟରୁ 36 ପ୍ରତିଶତ ଆକ୍ରାନ୍ତଙ୍କ ଶରୀରରେ ହୃଦପିଣ୍ଡ ସଂକ୍ରମିତ ହୋଇଥାଏ । ଫଳରେ ସେମାନଙ୍କ ମୃତ୍ୟୁର ଆଶଙ୍କା ସର୍ବାଧିକ ରହିଥାଏ । ଏନେଇ ମାଉଣ୍ଟ ସିନାଇ କଲେଜର ମେଡିସିନ୍ସରେ ଆସିଷ୍ଟାଣ୍ଟ ପ୍ରୋଫେସର ଅନୁ ଲାଲା ସୂଚନା ଦେଇଛନ୍ତି ।

ଅନୁ ଏହା ସ୍ପଷ୍ଟ କରିଛନ୍ତି କି ଚୀନ ଓ ୟୁରୋପରୁ ହୋଇଥିବା ଅନୁଧ୍ୟାନରୁ ଏହି ରିପୋର୍ଟ ହସ୍ତଗତ ହୋଇଛି । ଏହି ତଥ୍ୟ ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ପାଇଁ ଅତି ଜରୁରୀ । କାରଣ ଯଦି କୌଣସି କୋରୋନା ଆକ୍ରାନ୍ତ ଏନୃମର୍ଜେନ୍ସି ୱାର୍ଡରେ ଭର୍ତ୍ତି ହୁଅନ୍ତି ଓ ତାଙ୍କ ଶରୀରରେ ଟ୍ରୋପୋନିନସ୍ତରରେ ପରିବର୍ତ୍ତନ ହୋଇ ସେମାନେ ହୃଦପିଣ୍ଡ ସଂକ୍ରମିତ ହୁଅନ୍ତି । ତେବେ ଡାକ୍ତରମାନେ ତାଙ୍କୁ ତୁରନ୍ତ ବିଶେଷ ନଜର ଦେବା ଦରକାର ।

ଏହି ତଥ୍ୟ ପାଇବା ପାଇଁ ନ୍ୟୁୟର୍କର ମାଉଣ୍ଟ ସିନାଇ ହସ୍ପିଟାଲ ନେଟୱାର୍କରେ ଫେବୃଆରୀ ଶେଷ ସପ୍ତାହରୁ ଏପ୍ରିଲ ଦ୍ବିତୀୟ ସପ୍ତାହ ଯାଏଁ ଭର୍ତ୍ତି ହୋଇଥିବା ପ୍ରାୟ 3000 ଯୁବ ଆକ୍ରାନ୍ତଙ୍କ ଇଲେକ୍ଟ୍ରୋନିକ୍ସ ସ୍ବାସ୍ଥ୍ୟ ନିରୀକ୍ଷଣ କରାଯାଇଥିଲା । ଏମାନଙ୍କ ମଧ୍ୟରୁ 36 ପ୍ରତିଶତ ଆକ୍ରାନ୍ତଙ୍କ ଶରୀରରେ ହୃତ୍‌ ସଂକ୍ରମଣ ହୋଇଥିବା ଦେଖାଯାଇଥିଲା । ଯେଉଁମାନଙ୍କ ମୃତ୍ୟୁ ଆଶଙ୍କା ଅନ୍ୟଙ୍କ ତୁଳନା 3 ଗୁଣା ଅଧିକା ଥିବା ଦେଖାଯାଇଥିଲା ।

ଏହା ଏକ ଚିନ୍ତା ଜନକ ବିଷୟ ହୋଇଥିବାରୁ ଗବେଷକମାନେ ତୁରନ୍ତ ଆକ୍ରାନ୍ତଙ୍କ ଟ୍ରୋପୋନିନ ସ୍ତର ଉପରେ ଗବେଷଣା ଆରମ୍ଭ କରିଥିଲେ । ସେମାନେ ଏହି ଗବେଷଣାରେ ହୃତ ସଂକ୍ରମଣ ଦ୍ବାରା ନଷ୍ଟ ହେଉଥିବା କୋଷିକା ଓ ଶରୀର ଉପରେ ଏହାର ପ୍ରଭାବ ଉପରେ ଅନୁଧ୍ୟାନ ଆରମ୍ଭ କରିଥିଲେ । ଏଥିରୁ ସ୍ପଷ୍ଟ ହୋଇଥିଲା କି ଯେଉଁ ଆକ୍ରାନ୍ତଙ୍କ ଶରୀରରେ ଟ୍ରୋପୋନିନ ସ୍ତର ଯେତେ ଅଧିକ ସେମାନଙ୍କ ହୃତ ସଂକ୍ରମଣର ମାତ୍ରା ସେତେ ଅଧିକ ବା ଅନ୍ୟ ଶବ୍ଦରେ ସେମାନଙ୍କ ମୃତ୍ୟୁ ଆଶଙ୍କା ସେତେ ଅଧିକ । ତେଣୁ ଗବେଷକମାନେ ସ୍ବାସ୍ଥ୍ୟକର୍ମୀମାନଙ୍କୁ କହିଥିଲେ କି ଆକ୍ରାନ୍ତଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବାକୁ ହେଲେ ହସ୍ପିଟାଲରେ ଭର୍ତ୍ତି ହେବାର 24 ଘଣ୍ଟା ମଧ୍ୟରେ ସେମାନଙ୍କ ରକ୍ତ ନମୂନାରେ ଟ୍ରୋପୋନିନ ସ୍ତରର ପରୀକ୍ଷା କରାଯିବା ଆବଶ୍ୟକ ।

ଏହି ରିପୋର୍ଟ ମୁତାବକ ଆକ୍ରାନ୍ତଙ୍କୁ 3ଟି ବିଭାଗରେ ବଣ୍ଟା ଯାଇପାରେ । ଯେଉଁମାନଙ୍କ ମଧ୍ୟରୁ 64 ପ୍ରତିଶତ ସାଧାରଣ ବର୍ଗ, 17 ପ୍ରତିଶତ ସାମାନ୍ୟ ବର୍ଗ ଓ 19 ପ୍ରତିଶତଙ୍କୁ ଗୁରୁତର ବର୍ଗରେ ସାମିଲ କରାଯାଇଥିଲା । ତେବେ ମୁଖ୍ୟତଃ 70 ବର୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତଙ୍କ ଶରୀରରେ ଟ୍ରୋପୋନିନ ସ୍ତର ଅଧିକ ରହିଥିବା ଦେଖାଯାଏ । ଏହାଛଡା ମଧୁମେହ, ଉଚ୍ଚ ରକ୍ତଚାପ, ଆଟ୍ରିଆଲ ଫାଇବ୍ରିଲେସନ ବା ହୃଦସ୍ପନ୍ଦନର ଗତିରେ ଅନିୟମିତତା, ଶିରା ପ୍ରଶିରାଜନିତ ରୋଗ ଓ ହାର୍ଟ ଫେଲୁଅର ପରି ରୋଗରେ ଆକ୍ରାନ୍ତ ସଂକ୍ରମିତଙ୍କ ଶରୀରରେ ମଧ୍ୟ ଟ୍ରୋପୋନିନ ସ୍ତର ବଢିବାର ଆଶଙ୍କା ରହିଛି ।

ତେବେ ଏହି ଆକ୍ରାନ୍ତଙ୍କ ମୃତ୍ୟୁ ଆଶଙ୍କା କେତେ ଗମ୍ଭୀର ତାହା ମଧ୍ୟ ପରୀକ୍ଷା କରାଯାଇଥିଲା । ଏଥିରୁ ସ୍ପଷ୍ଟ ହୋଇଥିଲା କି ଯେଉଁ ଆକ୍ରାନ୍ତଙ୍କ ଶରୀରରେ ଟ୍ରୋପୋନିନ ସ୍ତର ସାମାନ୍ୟ ରହିଥିଲା ସେମାନଙ୍କୁ ଡାକ୍ତରଖାନାରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ସେହିପରି ସାଧାରଣ ଟ୍ରୋପୋନିନସ୍ତର ରହିଥିବା ଆକ୍ରାନ୍ତଙ୍କ ମଧ୍ୟରୁ 75 ପ୍ରତିଶତଙ୍କଠାରେ ମୃତ୍ୟୁ ଆଶଙ୍କା ଦେଖାଦେଇଥିଲା । ଅନ୍ୟପଟେ ଗୁରୁତର ଟ୍ରୋପୋନିନ ସ୍ତର ଥିବା ଆକ୍ରାନ୍ତମାନଙ୍କରେ ମୃତ୍ୟୁ ଆଶଙ୍କା ସାଧାରଣଙ୍କ ତୁଳନାରେ ତିନି ଗୁଣା ଅଧିକା ରହିଥିଲା ।

ଏପରି ସ୍ଥିତିରୁ ଗବେଷକମାନେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ କି କୋରୋନା ସଂକ୍ରମିତଙ୍କ ଶରୀରରେ ଟ୍ରୋପୋନିନ ମାଇୟୋକାର୍ଡିଆଲ ଇନଜ୍ୟୁରି ଏକ ସାଧାରଣ କଥା । ହେଲେ ଅଧିକାଂଶଙ୍କ ଶରୀରରେ ଏହା ସାମାନ୍ୟ ରହିଥାଏ । କିନ୍ତୁ ଏହି କଥାକୁ ମଧ୍ୟ ଏଡାଇ ଦିଆଯାଇନପାରେ କି ଆକ୍ରାନ୍ତଙ୍କ ଶରୀରରେ ଟ୍ରୋପୋନିନ ସ୍ତର ଯଦି ସାଧାରଣ ବି ରୁହେ ତେବେ ସେମାନଙ୍କର ମୃତ୍ୟୁ ଆଶଙ୍କା ବୃଦ୍ଧି ପାଏ । ତେବେ ଏହାର ନିରାକରଣ ପାଇଁ ଏଯାବତ୍‌ କୌଣସି ଉପାୟ ମିଳିନାହିଁ । ବୈଜ୍ଞାନିକ, ଡାକ୍ତର ଓ ଗବେଷକମାନେ ଆଗକୁ ନିଜ ଅନୁଧ୍ୟାନରେ ଏହି ଉପଲବ୍ଧ ତଥ୍ୟକୁ ସାମିଲ କରି ଖୁବଶୀଘ୍ର କିଛି ନୂଆ ତଥ୍ୟ ଯୋଗାଇବେ ବୋଲି ଆଶା କରିଛନ୍ତି ଅନୁ ଲାଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details