ଓଡିଶା

odisha

ETV Bharat / bharat

ନିର୍ଭୟା ମାମଲା: ଆଜି ହେବ ପବନର ଫୈସଲା

ନିର୍ଭୟା ମାମଲାର ଦୋଷୀ ପବନ କୁମାର ଗୁପ୍ତା ଦ୍ବାରା କରାଯାଇଥିବା ଆବେଦନର ଶୁଣାଣି ଆଜି ହିଁ ହେବ ।

Nirbhaya gang rape accused
ଫାଇଲ ଫଟୋ

By

Published : Dec 19, 2019, 12:05 PM IST

ନୂଆଦିଲ୍ଲୀ: ନିର୍ଭୟା ମାମଲାର ଦୋଷୀ ପବନ କୁମାର ଗୁପ୍ତା ଦ୍ବାରା କରାଯାଇଥିବା ଆବେଦନର ଶୁଣାଣି ଆଜି ହିଁ ହେବ । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଏହାର ଶୁଣାଣିକୁ ଆସନ୍ତା ଜାନୁୟାରୀ ୨୪ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ । କିନ୍ତୁ ଏବେ ନିଜ ନିଷ୍ପତ୍ତି ବଦଳାଇଛନ୍ତି କୋର୍ଟ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଏହା ପୂର୍ବରୁ ଗୁରୁବାର ପବନ କୁମାରର ଆବେଦନ ଉପରେ ଶୁଣାଣି କରିଥିଲେ ଦିଲ୍ଲୀ ହାଇକୋର୍ଟ । ଶୁଣାଣି ସମୟରେ ପବନର ଓକିଲ ଏପି ସିଂହ ନୂଆ ଦସ୍ତାବିଜ ଉପସ୍ଥାପନା କରିବା ପାଇଁ କୋର୍ଟଙ୍କୁ ସମୟ ମାଗିଥିଲେ । ଫଳରେ କୋର୍ଟ ଏହାର ଶୁଣାଣି ଘୁଞ୍ଚାଇ ଦେଇଥିଲେ । କିନ୍ତୁ ପୀଡିତାଙ୍କ ଓକିଲ ବିରୋଧ କରିବାରୁ ନିଜ ନିଷ୍ପତ୍ତି ପ୍ରତ୍ୟାହାର କରିଛନ୍ତି କୋର୍ଟ ।

ପବନ କୁମାର ୨୦୧୨ରେ ନାବାଳକ ଥିଲେ ବୋଲି ଦାବି କରି ବୁଧବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅପରାଧ ସମୟରେ ସେ ନାବାଳକ ଥିଲେ। ତଦନ୍ତକାରୀ ଅଧିକାରୀ ତାଙ୍କ ହାଡ଼ର ପରୀକ୍ଷା କରି ନ ଥିଲେ ବୋଲି ପବନ ଅଭିଯୋଗ କରିବା ସହ ଜୁଭେନାଇଲ ଜଷ୍ଟିସ ଆଇନ (ଜେଜେଏ)ରେ ତାଙ୍କୁ ସୁବିଧା ଦେବାକୁ ଦାବି କରିଥିଲେ।

ABOUT THE AUTHOR

...view details