ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା କଂଗ୍ରେସ ନେତା ଡିକେ ଶିବକୁମାରଙ୍କ ପକ୍ଷରୁ କରାଯାଇଥିବା ଜାମିନ ଆବେଦନର ଶୁଣାଣି ଶନିବାର ହେବ । ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ଏହାର ଶୁଣାଣି କରିବେ।
ଆଜି ଶିବକୁମାରଙ୍କ ଜାମିନ ଆବେଦନର ଶୁଣାଣି - ଶିବକୁମାରଙ୍କ ଜାମିନ ଆବେଦନ
ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ଶନିବାର କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଶିବକୁମାରଙ୍କ ହେବ ଜାମିନ ଆବେଦନର ଶୁଣାଣି । ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥଲେ ସେ।
ଫାଇଲ ଫଟୋ
ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କୋର୍ଟରେ ଶିବକୁମାରଙ୍କ ଜାମିନ ଆବେଦନକୁ ନେଇ ପକ୍ଷ ରଖିଥିଲା। ତେବେ ଶିବକୁମାରଙ୍କ ଜାମିନ ଆବେଦନକୁ ଇଡି ବିରୋଧ କରିବା ସହ ଜେରା ସମୟରେ ସେ ସହଯୋଗ କରୁନଥିବା ଜଣାଇଥିଲା।
ନୂଆଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ କଂଗ୍ରେସ ନେତା ଶିବକୁମାରଙ୍କୁ ଅକ୍ଟୋବର ଯାଏ ବିଚାର ବିଭାଗୀୟ ହେପାଜତକୁ ପଠାଇବା ପାଇଁ ଆଦେଶ ଦେଇଥିଲେ । ଏଥିସହ କୋର୍ଟ ତାଙ୍କର ସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ କହିଥିଲେ।