ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବା ସିଏଏକୁ ନେଇ ଆଜି(ବୁଧବାର) ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା 140 ଯାଚିକା ଉପରେ ଶୁଣାଣି କରାଯିବ । ଅଧିକାଂଶ ଯାଚିକା ସିଏଏ ବିରୋଧରେ ଦାଖଲ କରାଯାଇଛି । ଡିସେମ୍ବର 17ରେ କରାଯାଇଥିବା ଶୁଣାଣିରେ ଆଇନ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଥିଲେ ।
ଆଜି ସିଏଏକୁ ନେଇ ସୁପ୍ରିମକୋର୍ଟରେ 140 ଯାଚିକାର ଶୁଣାଣି - caa update news
ନାଗରିକତା ସଂଶୋଧନ ଆଇନ ବା ସିଏଏକୁ ନେଇ ଆଜି(ବୁଧବାର) ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା 140 ଯାଚିକା ଉପରେ ଶୁଣାଣି କରାଯିବ । ଅଧିକାଂଶ ଯାଚିକା ସିଏଏ ବିରୋଧରେ ଦାଖଲ କରାଯାଇଛି । ଅଧିକ ପଢନ୍ତୁ...
ବୁଧବାର ଏହି ମାମଲାରେ ମୁଖ୍ୟ ବିଚାରପତି ଏସଏ ବୋବଡେ, ବିଚାରପତି ଅବଦୁଲ ନଜିର୍ ଓ ସଞ୍ଜିବ ଖନ୍ନା ଯାଚିକାର ଶୁଣାଣି କରିବେ । ଏଥିରେ ଆସାମ ପ୍ରଦେଶ କଂଗ୍ରେସ, ସିପିଏମ, କଂଗ୍ରେସ ନେତା ଜୟରାମ ରମେସ, ଏଆଇଏମଆଇଏମ ସାଂସଦ ଅସାଦୁଦ୍ଦିନ ଓୱେସୀ, ତୃଣମୂଳ କଂଗ୍ରେସ ନେତା ମହୁଆ ମୋଇତ୍ରା, ଆରଜେଡି ନେତା ମନୋଜ ଝା, ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ୍, ଜମିୟତ-ଉଲମା-ଏ ହିନ୍ଦର ଯାଚିକା ମଧ୍ୟ ସାମିଲ ଅଛି ।
ଏହି ସବୁ ଯାଚିକାରେ ଅନୁଚ୍ଛେଦ 14 ଅନ୍ତର୍ଗତ ସମସ୍ତ ବ୍ୟକ୍ତିଙ୍କୁ ସମ୍ବିଧାନରେ ସମାନତା ଦେବା ବିଷୟରେ ଉଲ୍ଲେଖ ରହିଛି । ସିଏଏ କିନ୍ତୁ ଏହାର ବିରୋଧ କରୁଛି ବୋଲି ଦାବି କରିଛନ୍ତି ବିରୋଧି । ଏହି ଆଇନ ହିନ୍ଦୁ, ଇସାଇ, ପାର୍ସୀ, ଶିଖ୍ ଓ ଜୈନଙ୍କୁ ନାଗରିକତା ଦେଉଥିବା ବେଳେ ମୁସଲମାନମାନେ କିନ୍ତୁ ଏଥିରୁ ବାଦ ପଡିଛନ୍ତି । ଏହି ପ୍ରକାର ଭେଦଭାବକୁ ଭାରତୀୟ ସମ୍ବିଧାନ ଅନୁମତି ଦେଉନଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷେ ଏହି ସବୁ ଯାଚିକାରେ ଏନପିଆର, ଏନଆରସିର ଭଳି ମୁଦ୍ଦା ମଧ୍ୟ ଉପସ୍ଥାପନା କରାଯାଇଛି ।