ଓଡିଶା

odisha

ETV Bharat / bharat

ବିଶୁଦ୍ଧ ରକ୍ତ ପାଇଁ ସେବନ କରନ୍ତୁ ଏହି ଖାଦ୍ୟ - blood purify

ବଞ୍ଚିବା ପାଇଁ ଅମ୍ଳଜାନର ଯେପରି ଆବଶ୍ୟକ ହୋଇଥାଏ, ସେହିପରି ଶରୀର ସୁସ୍ଥ ଓ ନିରୋଗ ରହିବା ପାଇଁ ରକ୍ତ ସଫା ହେବା ନିହାତି ଦରକାର ।

ପ୍ରତିକାତ୍ମକ ଫଟୋ

By

Published : Jun 24, 2019, 5:19 PM IST

ଶରୀରର ପ୍ରତି ଅଙ୍ଗ ପ୍ରତ୍ୟଙ୍ଗରେ ଠିକ ଭାବେ ରକ୍ତ ପହଞ୍ଚିବା ନିହାତି ଦରକାର । କାରଣ ରକ୍ତ ହିଁ ଶରୀରରେ ଅମ୍ଳଜାନ, ହରମୋନ ବୃଦ୍ଧି କରିବା ସହ ଅନ୍ୟ ଆବଶ୍ୟକୀୟ ତତ୍ତ୍ବକୁ ପୂରଣ କରିବାରେ ସହାୟକ ହୋଇଥାଏ । ତେବେ ଶରୀର ସୁସ୍ଥ ରହିବା ସହ ଫିଟ ରହିବା ପାଇଁ ରକ୍ତ ସଫା ହେବା ନିହାତି ଦରକାର ।

ରକ୍ତ ସଫା କରିବାର କାମ କିଡନୀ ଓ ଲିଭରର କାମ ହୋଇଥାଏ । ତେବେ ଅସ୍ବାସ୍ଥିକର ଖାଦ୍ୟ ଖାଇବା ଦ୍ବାରା ଆମ କିଡନୀ ଓ ଲିଭର ଉପରେ କୁ-ପ୍ରଭାବ ପକାଇଥାଏ । ଯେଉଁଥିପାଇଁ ଏହା ଭଲଭାବେ କାମ କରିନଥାଏ । ଏଥିଯୋଗୁଁ ଦୁଷିତ ରକ୍ତର ପରିମାଣ ବୃଦ୍ଧି ପାଇଥାଏ । ତେବେ ଏହି ସମସ୍ୟାକୁ କେବଳ ଭଲ ଖାଦ୍ୟ ଖାଇବା ଦ୍ବାରା ହିଁ ଦୂର କରାଯାଇପାରିବ ।

ପ୍ରତ୍ୟେକ ଦିନ ତୁଳସୀ ପତ୍ର ଖାଇବା ଦ୍ବାରା ରକ୍ତ ସଫା ରହିଥାଏ । ଏଥିରୁ ମିଳୁଥିବା ଆଣ୍ଟିବ୍ୟାକ୍ଟେରିଆଲ ଓ ଆଣ୍ଟି ଫେମେଟ୍ରି ଏଲିମେଣ୍ଟସ ରହିଥାଏ ଯାହା ଲିଭର ଓ କିଡନୀକୁ ଶୁଦ୍ଧ ରଖିବାରେ ସହାୟକ ହୋଇଥାଏ । ଆଉ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ । ଖାଲି ସେତିକି ନୁହେଁ, ତୁଳସି ପତ୍ର ସହ ଗରମ ପାଣି ମଧ୍ୟ ବହୁ ଲାଭ ଦାୟକ ହୋଇଥାଏ ।

ଏହା ବ୍ୟତୀତ ରକ୍ତ ସଫା କରିବା ପାଇଁ ଲେମ୍ବୁ ପାଣି ମଧ୍ୟ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ଏହା ଶରୀରରେ ପିଏଚ ମାତ୍ରାର ସନ୍ତୁଳନ ଠିକ ରଖିବା ସହ ଭିଟାମିନ ସି’ ର ମାତ୍ରା ବୃଦ୍ଧି କରିଥାଏ । ଏହା ବିଶୁଦ୍ଧ ରକ୍ତକୁ ଶରୀରରୁ ବାହର କରିଥାଏ । ପ୍ରତ୍ୟେକ ଦିନ ଖାଲି ପେଟରେ ଟିକେ ନଖ ଉସୁମ ପାଣିରେ ଲେମ୍ବୁ ଚିପୁଡି ପିଇବା ଦ୍ବାରା ରକ୍ତ ଶୁଦ୍ଧ ରହିବା ସହ ପେଟ ମଧ୍ୟ ସଫା ରହିଥାଏ ।

For All Latest Updates

ABOUT THE AUTHOR

...view details