ନୂଆଦିଲ୍ଲୀ: ଦିନକୁ ଦିନ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ଘଟୁଥିବା ବେଳେ ଋଷିଆରୁ ଆସି ପହଞ୍ଚିଛି ଖୁସି ଖବର । କୋରୋନା ଟିକା 'ସ୍ପୁଟନିକ-ଭି'ର ଅଂଶୀଦାର ଉତ୍ପାଦନ ପାଇଁ ଭାରତ ସହିତ ଔପଚାରିକ ଯୋଗାଯୋଗ କରିଛି ଋଷ । ମିଳିଥିବା ସୂଚନା ଅନୁଯାୟୀ, ଭାରତରେ ଋଷର ରାଷ୍ଟ୍ରଦୂତ ନିକୋଲା କୁଦାଶେଭ ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେଇଥିଲେ।
ଖୁସି ଖବର, କୋରୋନା ଟୀକାକୁ ନେଇ ଭାରତ ସହ ଯୋଗାଯୋଗ କଲା ଋଷ - କୋରୋନା ଟୀକା
କୋରୋନା ଟିକା 'ସ୍ପୁଟନିକ-ଭି'ର ଅଂଶୀଦାର ଉତ୍ପାଦନ ପାଇଁ ଭାରତ ସହିତ ଔପଚାରିକ ଯୋଗାଯୋଗ କରିଛି ଋଷିଆ । ଅଧିକ ପଢନ୍ତୁ...
ସୂଚନାନୁସାରେ, ଋଷିଆର ବାୟୋଟେକ୍ନୋଲୋଜି ବିଭାଗ ଭାରତର ଆଇସିଏମଆର ବିଭାଗ ସହ ଯୋଗାଯୋଗ କରିଛି। ଋଷରେ ଥିବା ଭାରତୀୟ ଦୂତାବାସ ମଧ୍ୟ ଏହି ଟିକା ପ୍ରସ୍ତୁତ କରୁଥିବା ଗାମାଲିଆ ନ୍ୟାସନାଲ ସେଣ୍ଟର ଅଫ୍ ଏପିଡେମୋଲୋଜି ଏବଂ ମାଇକ୍ରୋବିଓଲୋଜି ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲା।
କେବଳ ଗତ ସପ୍ତାହରେ, ଋଷର ପ୍ରତ୍ୟକ୍ଷ ନିବେଶ ପାଣ୍ଠିର ସିଇଓ କିରିଲ ଡିମିଟ୍ରିଏବ କହିଛନ୍ତି ଯେ ଏହି ଟିକା ଉତ୍ପାଦନ ପାଇଁ ସେ ଭାରତ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି। ଋଷ ପ୍ରତି ମାସରେ ଅତି କମରେ 6 ନିୟୁତ ଭ୍ୟାକ୍ସିନ ପ୍ରସ୍ତୁତ କରିବାକୁ ପ୍ରୟାସ ଜାରି ରଖିଛି ।