ନୂଆଦିଲ୍ଲୀ: ଦେଶରେ ଅତି ଗମ୍ଭୀର ହେବାରେ ଲାଗିଛି କୋରୋନା ପରିସ୍ଥିତି । ଗତ 24 ଘଣ୍ଟା ମଧ୍ୟରେ 9 ହଜାର 851 ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି । ଆଜି ଆସିଥିବା ରିପୋର୍ଟ ମଧ୍ୟରୁ ପୁଣି ସ୍ବାସ୍ଥ୍ୟ ମନ୍ତ୍ରାଣାଳୟର 3 ଜଣ ଅଧିକାରୀଙ୍କ ଠାରେ କୋରୋନା ଚିହ୍ନଟ ହୋଇଛି ।
ତିନି ଅଧିକାରୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଯାଇଛି । ଯେଉଁମାନେ ଏମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସମସ୍ତଙ୍କ ପରୀକ୍ଷା କରାଯିବ ।