ନୂଆଦିଲ୍ଲୀ: ମାରାତ୍ମକ କୋରୋନା ଭାଇରସକୁ ନେଇ କେନ୍ଦ୍ର ସରକାରଙ୍କ ତତ୍ପରତା । COVID-19 ପ୍ରଭାବିତ ଲୋକଙ୍କୁ ଅବଗତ କରାଇବା ପାଇଁ ଘରୋଇ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନ ଦ୍ବାରା ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନୂତନ ନିର୍ଦ୍ଦେଶନାମା ଜାରି କରିଛି ।
ମନ୍ତ୍ରଣାଳୟ କହିଛନ୍ତି ଯେ, COVID-19ର ସନ୍ଦିଗ୍ଧ ହେଉ କିମ୍ବା ଆକ୍ରାନ୍ତ ସମସ୍ତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ । ଏହାଛଡା ଆକ୍ରାନ୍ତଙ୍କ ସହ ସମ୍ପର୍କରେ ଆସିଥିବା ଲୋକଙ୍କ ତୁରନ୍ତ ଅନୁସନ୍ଧାନ ହେବା ଆବଶ୍ୟକ । ତେବେ ଏହି କ୍ଷେତ୍ରରେ ବେସରକାରୀ କ୍ଷେତ୍ରର ସମର୍ଥନ ଏବଂ ସହଯୋଗ ତାଲିକାଭୁକ୍ତ ହେବା ଜରୁରୀ ଅଟେ ।