ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଘରେ ତିଆରି ମାସ୍କ ବ୍ୟବହାର ଉପରେ ନିର୍ଦ୍ଦେଶାନାମା ଜାରି କରିଛି । ହାତ ତିଆରି ମାସ୍କ କେବଳ ସାଧାରଣ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଏହାକୁ ରୋଗୀ, ଡାକ୍ତର କିମ୍ବା ସ୍ବାସ୍ଥ୍ୟ ସେବାରେ ନିୟୋଜିତ ରହିଥିବା ବ୍ୟକ୍ତି ମାନଙ୍କ ପାଇଁ ଉପଯୋଗୀ ନୁହେଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ।
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ‘ଆମେ ଜାଣୁ ଯେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ଏବଂ ବ୍ୟକ୍ତିଗତ ସ୍ବଚ୍ଛତା ଜରୁରୀ । କେତେକ ଦେଶ ସାଧାରଣ ଜନତାଙ୍କ ପାଇଁ ହାତ ତିଆରି ମାସ୍କର ଉପଯୋଗିତା ରହିଥିବା ପ୍ରକାଶ କରିଛନ୍ତି । ବ୍ୟକ୍ତିଗତ ସ୍ବଚ୍ଛତା ବଜାୟ ରଖିବା ପାଇଁ ଏହିପରି ଘରୋଇ ମାସ୍କ ଏକ ଭଲ ପଦ୍ଧତି । ’ଏହିପରି ବ୍ୟବହାର ନିଶ୍ଚିତ ଭାବରେ ହେବ। ସାମଗ୍ରିକ ସ୍ବଚ୍ଛତା ବଜାୟ ରଖିବାରେ ସାହାଯ୍ୟ କରିବ । କିନ୍ତୁ ଏହା ଅତି ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଗ୍ରହଣୀୟ ନୁହେଁ ବୋଲି କୁହାଯାଇଛି ।
ମନ୍ତ୍ରଣାଳୟ ପରାମର୍ଶ ଦେଇଛି ଯେ, ଯେଉଁମାନେ କୋରୋନାରେ ପୀଡିତ ନୁହଁନ୍ତି କିମ୍ବା ନିଶ୍ବାସ ନେବାରେ ଅସୁବିଧା ଭୋଗୁଛନ୍ତି, ସେମାନେ ହାତ ତିଆରି ମାସ୍କ ବ୍ୟବହାର କରିପାରିବେ, ବିଶେଷ କରି ଯେତେବେଳେ ସେମାନେ ଘରୁ ବାହାରକୁ ଯାଆନ୍ତି । ଏହା ସେମାନଙ୍କ ସୁରକ୍ଷା ପାଇଁ ସହାୟକ ହେବ |
କିନ୍ତୁ ଏହି ମାସ୍କ ସ୍ବାସ୍ଥ୍ୟ କର୍ମୀ କିମ୍ବା କୋରୋନା ରୋଗୀଙ୍କ ସହିତ ଯୋଗାଯୋଗରେ ରହୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ । ଏହାକୁ ମଧ୍ୟ ରୋଗୀଙ୍କ ସହିତ ଯୋଗାଯୋଗ କରୁଥିବା ବ୍ୟକ୍ତିଙ୍କ ପାଇଁ ସୁପାରିଶ କରାଯାଏ ନାହିଁ କିମ୍ବା ନିଜେ ରୋଗୀ ବ୍ୟବହାର କରିପାରିବେ ନାହିଁ । କାରଣ ଏହି ବର୍ଗର ଲୋକମାନେ ନିର୍ଦ୍ଦିଷ୍ଟ ପ୍ରତିରକ୍ଷା ସଂପନ୍ନ ସୁରକ୍ଷା ବ୍ୟବସ୍ଥା ଧାରଣ କରିବା ଆବଶ୍ୟକ ବୋଲି ପରାମର୍ଶଦାତା ଉଲ୍ଲେଖ କରିଛନ୍ତି ।