ନୂଆଦିଲ୍ଲୀ: କୋରୋନା ଚିହ୍ନଟ ପାଇଁ ଦେଶର ବିଭିନ୍ନ ସ୍ଥାନରେ ଆଜିଠୁ 111ଟି ଲ୍ୟାବ କାର୍ଯ୍ୟ କରିବ । ସେହିପରି ସରକାର ଫେସନ କିମ୍ବା ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ କୋରୋନା ପରୀକ୍ଷା କରୁନାହାନ୍ତି । ଏହା ଅତି ଗୁରୁତ୍ବପୂର୍ଣ୍ଣ ଓ ପ୍ରୋଟୋକଲ ଆଧାରରେ ପରୀକ୍ଷା କରାଯାଉଛି ବୋଲି ଲବ ଅଗ୍ରୱାଲ କହିଛନ୍ତି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ କୋରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା 7ହଜାର ଲୋକଙ୍କୁ କଣ୍ଟାକ୍ଟ ଟ୍ରେସିଙ୍ଗ କରାଯାଉଛି । ସେହିପରି କେନ୍ଦ୍ର ସରକାର 1 ହଜାର 6 ଶହ ଭାରତୀୟଙ୍କ ସମେତ 1ହଜାର 7 ଶହ ଲୋକଙ୍କୁ କ୍ବାରେଣ୍ଟାଇନ ସେଣ୍ଟରରେ ରଖି ସ୍ବାସ୍ଥ୍ୟ ସେବା ପ୍ରଦାନ କରିଥିବା ନେଇ ସେ ଉଲ୍ଲେଖ କରିଛନ୍ତି ।