ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ରରେ 2 ଦିନରେ ସମସ୍ତ ଜିଲ୍ଲାରେ ମିଳିବ ରେମଡେସିଭିର - rajesh tope statement on remdesivir

ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ତୋପ କହିଛନ୍ତି କି, ଆସନ୍ତା 2 ଦିନ ମଧ୍ୟରେ ରେମଡେସିଭିର, ଫାବିପିରାଭିର ସମସ୍ତ ଜିଲ୍ଲାରେ ଉପଲବ୍ଧ ହେବ ।

ସମସ୍ତ ଜିଲ୍ଲାରେ ମିଳିବ ରେମଡେସିଭିର
ସମସ୍ତ ଜିଲ୍ଲାରେ ମିଳିବ ରେମଡେସିଭିର

By

Published : Jul 2, 2020, 6:15 PM IST

ମୁମ୍ବାଇ: କୋରୋନା ରୋଗୀଙ୍କ ଚିକିତ୍ସ ପାଇଁ ରେମଡେସିଭିର ଚାହିଦା ଲଗାତାର ବଢିବାରେ ଲାଗିଛି । କିଛି ରାଜ୍ୟରେ ଏହି ଔଷଧ ମିଳିପାରିନାହିଁ । ଏ ମଧ୍ୟରେ ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ତୋପ କହିଛନ୍ତି କି, ଆସନ୍ତା 2 ଦିନ ମଧ୍ୟରେ ରେମଡେସିଭିର, ଫାବିପିରାଭିର ସମସ୍ତ ଜିଲ୍ଲାରେ ଉପଲବ୍ଧ ହେବ ।

ସେ କହିଛନ୍ତି ଯେ, ସରକାରଙ୍କ ସର୍ବଦା ଏହି ଚେଷ୍ଟା ରହିଛି କି ଔଷଧ ଉପଲବ୍ଧ ରହୁ । କେବଳ ଧନୀ ଲୋକ ନୁହେଁ ବରଂ ସମସ୍ତ ଗରିବ ଲୋକ ମଧ୍ୟ ଏହାର ଲାଭ ଉଠାଇପାରିବେ । କୋରୋନା ସଂକ୍ରମଣ ମଧ୍ୟରେ ଏହି ଔଷଧ ଲାଭଦାୟକ ପ୍ରମାଣିତ ହୋଇଛି । ଅନ୍ୟପକ୍ଷେ ମହାରାଷ୍ଟ୍ରର ଉତ୍ତର ବିଏମସି କମିଶନର ଇକବାଲ ସିଂ ଔଷଧର ପ୍ରସଂଶା କରିଛନ୍ତି । ସେ କହିଛନ୍ତି ଯେ ରେମଡେସିଭିର ଜୀବନ ରକ୍ଷାକାରୀ ଔଷଧ ବୋଲି ପ୍ରମାଣିତ ହୋଇଛି । ଏହାପାଇଁ ଏକ ପ୍ରକାର ଇଞ୍ଜେକ୍ସନ ଚୀନରୁ ଆସିଥାଏ ମାତ୍ର କୌଣସି କାରଣରୁ ଏହା ବିମାନ ବନ୍ଦରରେ ଅଟକି ଯାଇଥିଲା । ମାତ୍ର ଏହି ମାସ ଠାରୁ ପ୍ରତ୍ୟେକ ଜିଲ୍ଲାରେ ଏହି ଔଷଧ ମିଳିବ ବୋଲି ସେ କହିଛନ୍ତି ।

ବିଏମସି କମିଶନର କହିଛନ୍ତି, ବଢୁଥିବା କୋରୋନା ମାମଲା ପ୍ରତି ସରକାର ଅଧିକ ଧ୍ୟାନ ନଦେଇ ଶୀଘ୍ର ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଉପରେ ଧ୍ୟାନ ଦିଅନ୍ତୁ। ଏପର୍ଯ୍ୟନ୍ତ 60 ପ୍ରତିଶତରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ତୋପ କହିଛନ୍ତି ଯେ ସଙ୍କଟ ସମୟରେ ପ୍ଲାଜମା ଥେରାପି ମଧ୍ୟ ଉପଯୋଗୀ । ଯଦି 10 ଜଣଙ୍କୁ ଥେରାପି ଦିଆଯାଉଛି, ତେବେ 9 ଜଣ ଆରୋଗ୍ୟ ଲାଭ କରୁଛନ୍ତି। ରାଜ୍ୟରେ କୋରୋନା ସଂକ୍ରମଣରୁ ଆରୋଗ୍ୟ ପାଇଥିବା ଲୋକଙ୍କ ସଂଖ୍ୟା 1 ଲକ୍ଷରେ ପହଞ୍ଚିବାକୁ ଯାଉଛି ।

ABOUT THE AUTHOR

...view details