ଓଡିଶା

odisha

By

Published : Jul 27, 2020, 12:07 AM IST

ETV Bharat / bharat

ଗଣତନ୍ତ୍ର ବଞ୍ଚାଇବାକୁ ଲଢେଇ କରିବୁ: ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ

ରାଜସ୍ଥାନ ରାଜନୀତିରେ ଜାରି ସଙ୍କଟ ମଧ୍ୟରେ ମନ୍ତ୍ରୀ ରଘୁ ଶର୍ମାଙ୍କ ପ୍ରତିକ୍ରିୟା । ଗଣତନ୍ତ୍ର ବଞ୍ଚାଇବା ପାଇଁ ଲଢେଇ କରିବାକୁ ପ୍ରସ୍ତୁତ ଥିବା କହିଲେ ରଘୁ । ଅଧିକ ପଢନ୍ତୁ...

ଗଣତନ୍ତ୍ର ବଞ୍ଚାଇବାକୁ ଲଢେଇ କରିବୁ: ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ
ଗଣତନ୍ତ୍ର ବଞ୍ଚାଇବାକୁ ଲଢେଇ କରିବୁ: ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ

ଜୟପୁର: ରାଜସ୍ଥାନ ରାଜନୀତିରେ ଜାରି ବିବାଦ ମଧ୍ୟରେ ବିରୋଧି ବିଜେପି ତଥା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଗେହଲୋଟ କ୍ୟାବିନେଟର ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା । ଗତ କିଛି ଦିନରୁ ବିଜେପି ଭିନ୍ନଭିନ୍ନ ରାଜ୍ୟରେ ସରକାର ଭାଙ୍ଗିବାକୁ ପ୍ରୟାସ କରୁଥିବା ଅଭିଯୋଗ ଆଣିଛନ୍ତି ରଘୁ । ଏହାଦ୍ବାରା ଗଣତନ୍ତ୍ର ବିପଦରେ ରହିଛି ବୋଲି ସେ କହିଛନ୍ତି ।

ଗଣତନ୍ତ୍ର ବଞ୍ଚାଇବାକୁ ଲଢେଇ କରିବୁ: ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ

ମନ୍ତ୍ରୀ ରଘୁ ଶର୍ମା କହିଛନ୍ତି ଯେ ଗଣତମନ୍ତ୍ର ବଞ୍ଚାଇବା ପାଇଁ ଆମକୁ ଯଦି ସଂଘର୍ଷ କରିବାକୁ ପଡେ ତାହାଲେ ଏଥିପାଇଁ ଆମେ ପ୍ରସ୍ତୁତ ରହିଛୁ । ଏହାସହ ସେ କହିଛନ୍ତି ଯେ ବିଧାନସଭା ଅଧିବେଶନ ଡକାଇବାର ଅଧିକାର କେବଳ ମନ୍ତ୍ରୀ ପରିଷଦର । ଯଦି ମନ୍ତ୍ରୀ ପରିଷଦ ଏଥିରେ ରାଜି ଅଛି, ତାହାଲେ କାଳ ବିଳମ୍ବ ନକରି ରାଜ୍ୟପାଳଙ୍କୁ ଶିଘ୍ର ଅଧିବେଶନ ଡକାଇବାର ଆବଶ୍ୟକତା ରହିଛି ।

ମନ୍ତ୍ରୀ କହିଛନ୍ତି, ଏହି ସମୟରେ ଗୃହରେ ବାଣିଜ୍ୟ ଉପରେ ଚର୍ଚ୍ଚା ହେବ । ଏଥିପାଇଁ ଏଡଭାଇଜରୀ କମିଟି ମଧ୍ୟ ଗଠନ ହୋଇସାରିଛି । କୋରୋନା ସଙ୍କଟ କାରଣରୁ ରାଜ୍ୟର ସ୍ଥିତି ସମ୍ପୂର୍ଣ୍ଣ ବିଗିଡି ଯାଇଛି । ତେବେ ସରକାର ଏହା ଉପରେ ଚର୍ଚ୍ଚା କରିବାକୁ ଚାହୁଁଥିବା ରଘୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details