ଓଡିଶା

odisha

By

Published : Mar 24, 2020, 5:33 PM IST

ETV Bharat / bharat

COVID19: ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଏକ ମାସର ଅଧିକ ଦରମା

ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ, ଡାକ୍ତର, ନର୍ସ ଏବଂ ଯେଉଁମାନେ କୋରୋନା ଭାଇରସ୍ ରୋଗୀଙ୍କୁ ସେବା ପ୍ରଦାନ କରୁଛନ୍ତି ସେମାନଙ୍କୁ ଏକ ମାସର ଅତିରିକ୍ତ ଦରମା ପ୍ରଦାନ କରାଯିବ । ତାମିଲନାଡୁର ସିଏମ କେ ପାଲାନିସ୍ବାମୀ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

health-department-workers-coronavirus-patients-will-be-given-one-months-extra-salary-tamilnadu-cm
COVID19 କାର୍ଯ୍ୟକରୁଥିବା କର୍ମଚାରୀଙ୍କୁ ଏକ ମାସର ଅଧିକ ଦରମା

ଚେନ୍ନାଇ: ସାରା ବିଶ୍ବରେ ମହାମାରୀ କୋରୋନାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଏହାର ଭୟାବହତା କ୍ରମେ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ମଧ୍ୟ କୋରୋନାର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କୋରୋନାକୁ ମୁକାବିଲା କରିବା ପାଇଁ କଡାକଡି ପଦକ୍ଷେପ ନେଉଛନ୍ତି ସରକାର । କୋରୋନା ମୁକାବିଲାରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଏକ ମାସର ଅଧିକ ଦରମା ପ୍ରଦାନ କରାଯିବା ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

COVID19 କାର୍ଯ୍ୟକରୁଥିବା କର୍ମଚାରୀଙ୍କୁ ଏକ ମାସର ଅଧିକ ଦରମା

ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ, ଡାକ୍ତର, ନର୍ସ ଏବଂ ଯେଉଁମାନେ କୋରୋନା ଭାଇରସ୍ ରୋଗୀଙ୍କୁ ସେବା ଚିକିତ୍ସା କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଏକ ମାସର ଅତିରିକ୍ତ ଦରମା ପ୍ରଦାନ କରାଯିବ । ଏନେଇ ବିଧାନସଭାରେ ତାମିଲନାଡୁର ସିଏମ କେ ପାଲାନିସ୍ବାମୀ ଘୋଷଣା କରିଛନ୍ତି ।ଏହା ସହ ସମସ୍ତ ରେସନ କାର୍ଡଧାରୀଙ୍କୁ ମାଗଣା ଚାଉଳ, ଚିନି ଏବଂ ଅନ୍ୟାନ୍ୟ ଜରୁରୀ ଦ୍ରବ୍ୟ ପାଇଁ 1000 ଟଙ୍କା ପ୍ରଦାନ କରାଯିବ | ଲୋକଙ୍କୁ ଲମ୍ବା ଧାଡିରୁ ରକ୍ଷା ପାଇବା ପାଇଁ ଟୋକେନ୍ ଆଧାରରେ ଦ୍ରବ୍ୟ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।ତାମିଲନାଡୁରେ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ଭାଇରସରେ 15 ଜଣ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି।

ସୂଚନା ଥାଉକି କୋରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବା ଫଳରେ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 500 ରୁ ଅଧିକ ହୋଇଯାଇଛି । ଏପର୍ଯ୍ୟନ୍ତ ଭାରତରେ 9 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ 2 ଜଣ ବିଦେଶୀ ସାମିଲ ଥିବା ଜଣାପଡିଛି । ଅନ୍ୟପକ୍ଷରେ ପ୍ରାୟ 35ରୁ ଅଧିକ ଲୋକ ସୁସ୍ଥ ହେଇ ଘରକୁ ଫେରିଥିବା ସୂଚନା ମିଳିଛି । ଚାଇନାରୁ ଆରମ୍ଭ ହୋଇଥିବା କୋରୋନା ଭାଇରସ ବର୍ତ୍ତମାନ ବିଶ୍ବର ଅଧିକାଂଶ ଦେଶରେ ହଇଚଇ ସୃଷ୍ଟି କରୁଛି।

@ANI

ABOUT THE AUTHOR

...view details