ଓଡିଶା

odisha

ETV Bharat / bharat

ଲକଡାଉନରେ କଳାବଜାରୀ, 1.2 କୋଟି ମୂଲ୍ୟର ସାନିଟାଇଜର ଜବତ - hariyana news

ଡ୍ରଗ୍ ଅଧିକାରୀ କହିଛନ୍ତି ଯେ ଥର୍ମାଲ୍ ସ୍କାନର କଳା ବଜାରୀରେ ଜଡିତ ଲୋକମାନେ 7,500 ରୁ 10,000 ମଧ୍ୟରେ ବିକ୍ରି କରିବାକୁ ଯୋଜନା କରିଥିଲେ । ଅଧିକ ପଢନ୍ତୁ...

ଲକଡାଉନରେ କଳାବଜାରି, 1.2 କୋଟି ମୂଲ୍ୟର ସାନିଟାଇଜର ଜବତ
ଲକଡାଉନରେ କଳାବଜାରି, 1.2 କୋଟି ମୂଲ୍ୟର ସାନିଟାଇଜର ଜବତ

By

Published : May 2, 2020, 11:00 AM IST

ଚଣ୍ଡିଗଡ: ଦେଶ ବର୍ତ୍ତମାନ କୋରୋନା ମହାମାରୀ ସହ ସଂଘର୍ଷ କରୁଛି । କୋରୋନା ସଂକ୍ରମଣରକୁ ରୋକିବା ପାଇଁ ଦେଶରେ ଲକଡାଉନ୍ ଜାରି ରହିଛି । ଏପରି ସ୍ଥିତିରେ କଳା ବଜାରୀ ମଧ୍ୟ ଜାରି ରହିଛି ।

ଲକଡାଉନରେ କଳାବଜାରୀ, 1.2 କୋଟି ମୂଲ୍ୟର ସାନିଟାଇଜର ଜବତ

ହରିୟାଣାର ଗୁରୁଗ୍ରାମରେ ଔଷଧ ବିଭାଗ ଗତ ଦେଢ ମାସ ମଧ୍ୟରେ ମାସ୍କ, ସାନିଟାଇଜର, ଥର୍ମାଲ ସ୍କାନର ମେସିନ ଏବଂ କୋଟି କୋଟି ଟଙ୍କା ମୂଲ୍ୟର କଞ୍ଚାମାଲ ଜବତ କରିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଔଷଧ ଅଧିକାରୀ ମନଦୀପ ଚୌହାନ କହିଛନ୍ତି ଯେ, ଉଦ୍ଧାର ହୋଇଥିବା ସାନିଟାଇଜର ନିର୍ଦ୍ଧାରିତ ମାନଦଣ୍ଡ ବିରୁଦ୍ଧ ଅଟେ । ତେବେ ଉଦ୍ଧାର ହୋଇଥିବା ସାନିଟାଇଜରର ମୂଲ୍ୟ ପ୍ରାୟ 1.25 କୋଟି ଟଙ୍କା।

ସେ କହିଛନ୍ତି ଯେ, ଥର୍ମାଲ ସ୍କାନର ଚାଇନାରୁ ଆମଦାନୀ ହୋଇ କଳା ବଜାରି ଉଦ୍ଦେଶ୍ୟରେ ଗଚ୍ଛିତ ହୋଇଥିଲା। ଡ୍ରଗ୍ ଅଧିକାରୀ କହିଛନ୍ତି ଯେ ଥର୍ମାଲ୍ ସ୍କାନର କଳା ବଜାରିରେ ଜଡିତ ଲୋକମାନେ 7,500 ରୁ 10,000 ମଧ୍ୟରେ ବିକ୍ରି କରିବାକୁ ଯୋଜନା କରିଥିଲେ । ସେ ଆହୁରୀ କହିଛନ୍ତି ଯେ, ଏ ବିଷୟରେ ସୂଚନା ପାଇବା ପରେ ଖୁବ ଶୀଘ୍ର ରାଜ୍ୟ ସରକାର ୟୁନିଟ୍ ପିଛା 862 ଟଙ୍କା କିଣିଛନ୍ତି। ଏହାର ଯୋଗାଣ ସମଗ୍ର ରାଜ୍ୟରେ କରାଯାଇଛି । ଡ୍ରଗ୍ ଅଧିକାରୀ କହିଛନ୍ତି ଯେ କିଣାଯାଇଥିବା ଥର୍ମାଲ୍ ସ୍କାନର୍ ବନ୍ଧୁକର ମୂଲ୍ୟ ପ୍ରାୟ 6 କୋଟି ଅଟେ।

ଡାକ୍ତରୀ ଉପକରଣର କଳା ବଜାରୀର ପ୍ରତ୍ୟେକ ଯୋଜନାକୁ ବିଭାଗ ପକ୍ଷରୁ ଭଣ୍ଡୁର କରାଯାଇଛି ବୋଲି ସେ ଦାବି କରିଛନ୍ତି । ଡ୍ରଗ ଅଧିକାରୀ କହିଛନ୍ତି ଯେ, ଗୁରୁଗ୍ରାମରେ ଆମେ ମାସ୍କର ପ୍ରତି ଏକ ଖଣ୍ଡ ପିଛା 10 ଟଙ୍କା ସ୍ଥିର କରିଛୁ । ପରେ କେନ୍ଦ୍ର ସରକାର ମଧ୍ୟ ମାସ୍କର ମୂଲ୍ୟ 10 ଟଙ୍କା ସ୍ଥିର କରିଥିଲେ। ଉଲ୍ଲେଖନୀୟ କଥା ହେଉଛି, କୋରୋନା ମହାମାରୀର ବୃଦ୍ଧି ଯୋଗୁଁ ଦେଶରେ ସାନିଟାଇଜର ଏବଂ ମାସ୍କର ଚାହିଦା ବୃଦ୍ଧି ପାଇଥିଲା ।

ABOUT THE AUTHOR

...view details