ହାଇଦ୍ରାବାଦ: ନିଜର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବା ନିତ୍ୟାନ୍ତ ଜରୁରୀ । କାରଣ ଏହା ଦ୍ବାରା ଆମକୁ କୌଣସି ରୋଗ ହଠାତ ଆକ୍ରମଣ କରିପାରିବ ନାହିଁ । ବର୍ତ୍ତମାନ କୋରୋନା ସମୟ ଚାଲିଛି ତେଣୁ ଏପରି ସମୟରେ ଆମକୁ ଆହୁରି ସଚେତନ ରହିବାର ଆବଶ୍ୟକ ରହିଛି । ସେଥିପାଇଁ ଆମେ ଏପରି ଖାଦ୍ୟ ଖାଇବା ଯାହାଦ୍ବାରା ଭିଟାମିନ ପ୍ରୋଟିନ ସହ ଆମ ପ୍ରତିରକ୍ଷା ଶକ୍ତି ବା ରୋଗ ପ୍ରତିରୋଧକ ଶକ୍ତିରେ ବୃଦ୍ଧି ଘଟିବ ।
ତେବେ ସମସ୍ତେ ଅଳ୍ପ ବହୁତ ଗଜା ମୁଗ ବା ସ୍ପ୍ରାଉଟ ଖାଉଥିବେ । ଏହା ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଆମ ଶରୀରରେ ଭିଟାମିନ ଏବଂ ପ୍ରୋଟିନର ଅଭାବକୁ ପୂରଣ କରେ । ମୁଗ ଡାଲିରେ ପ୍ରୋଟିନ, ଭିଟାମିନ ଏବଂ ମିନେରାଲ୍ସ ଭରପୂର ରହିଛି । ଏଥିରେ ଥିବା କୋଲେଷ୍ଟ୍ରଲ୍ର ପରିମାଣ ବହୁତ କମ ଅଟେ ।
ଯଦି ଆପଣଙ୍କୁ ଖାଲିରେ ଏହାକୁ ଖାଇବାକୁ ଭଲ ଲାଗୁନି ତେବେ ଏଥିରେ ଆପଣ ପରଟା ପ୍ରସ୍ତୁତ କରିପାରିବେ । ଯାହାଦ୍ବାରା ଏହାର ସ୍ବାଦ 2 ଗୁଣା ହୋଇଯିବ । ଆଉ ପାଟିକୁ ସ୍ବାଦିଷ୍ଟ ଲାଗିବା ସହ ଏଥିରେ ଥିବା ସମସ୍ତ ଭିଟାମିନ ପାଇପାରିବେ ।
ମୁଗ ସ୍ପ୍ରାଉଟ ପରଟା