ଓଡିଶା

odisha

ETV Bharat / bharat

ତିହାର ଜେଲରେ କୁମାରସ୍ବାମୀ ଏବଂ ଶିବକୁମାରଙ୍କ ମଧ୍ୟରେ ଭେଟଘାଟ

କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ଶିବକୁମାରଙ୍କୁ ସାକ୍ଷାତ କରିଛନ୍ତି ରାଜ୍ଯର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ।

By

Published : Oct 21, 2019, 2:09 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ବାମୀ ସୋମବାର ତିହାର ଜେଲରେ ଥିବା କଂଗ୍ରେସ ନେତା ଶିବକୁମାରଙ୍କୁ ସାକ୍ଷାତ କରିଛନ୍ତି। ଏବେ ନ୍ୟାୟିକ ହେପାଜତରେ ଅଛନ୍ତି କର୍ଣ୍ଣାଟକ କଂଗ୍ରେସର ଏହି ବରିଷ୍ଠ ନେତା । ତାଙ୍କୁ ସାକ୍ଷାତ ପରେ କୁମାରସ୍ବାମୀ କହିଛନ୍ତି ଯେ, ରାଜନୈତିକ ଏବଂ ବ୍ୟକ୍ତିଗତ ସମ୍ପର୍କ ଭିନ୍ନ ଭିନ୍ନ। ଏହା ମୋର ବ୍ୟକ୍ତିଗତ ସାକ୍ଷାତକାର ଥିଲା । ଏଥିରେ କୌଣସି ରାଜନୀତି ନାହିଁ।

ଏହା ଉପରେ ମତ ରଖି କୁମାରସ୍ବାମୀ କହିଛନ୍ତି ଯେ, ଶିବକୁମାର ରାଜନୈତିକ ଷଡଯନ୍ତ୍ରର ଶୀକାର ହୋଇଛନ୍ତି। ସେ ମାନସିକ ଭାବେ ବହୁତ ଶକ୍ତ । ତାଙ୍କୁ ମୁଁ ସାକ୍ଷାତକରି ବିଶ୍ବାସ ଦେବା ସହ ମାନସିକ ଭାବେ ଆହୁରି ଶକ୍ତ ରହିବାକୁ କହିଛି।

ABOUT THE AUTHOR

...view details