ଓଡିଶା

odisha

ETV Bharat / bharat

ହାଇଦ୍ରାବାଦ ଏନକାଉଣ୍ଟର: ମୃତଦେହ ସୁରକ୍ଷିତ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ହାଇଦ୍ରାବାଦ ଏନକାଉଣ୍ଟରରେ ଅଭଯୁକ୍ତଙ୍କ ମୃତଦେହ ଗୁଡିକୁ ସୋମବାର ରାତି 8ଟା ପର୍ଯ୍ୟନ୍ତ ସୁରକ୍ଷିତ ରଖିବାକୁ ତେଲାଙ୍ଗାନା ହାଇକୋର୍ଟଙ୍କ ନିର୍ଦ୍ଦେଶ । ମାମଲାକୁ ନେଇ ସୋମବାର ସକାଳ 10ଟା 30ରେ ଶୁଣାଣି କରିବେ କୋର୍ଟ ।

ହାଇଦ୍ରାବାଦ ଏନକାଉଣ୍ଟର
ଫାଇଲ ଫଟୋ

By

Published : Dec 6, 2019, 11:25 PM IST

ହାଇଦ୍ରାବାଦ: ମହିଳା ପଶୁ ଡାକ୍ତରଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର 4 ଅଭିଯୁକ୍ତଙ୍କ ଏନକାଉଣ୍ଟରକୁ ତେଲାଙ୍ଗାନା ହାଇକୋର୍ଟ ଗମ୍ଭୀରତାର ସହ ନେଇଛନ୍ତି । ସୋମବାର ରାତି 8ଟା ପର୍ଯ୍ୟନ୍ତ ଅଭଯୁକ୍ତଙ୍କ ମୃତଦେହ ଗୁଡିକୁ ସୁରକ୍ଷିତ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଏନକାଉଣ୍ଟର ବିରୁଦ୍ଧରେ ଦାଖଲ ହୋଇଥିବା ଆବେଦନ ଉପରେ କୋର୍ଟ ସୋମବାର ସକାଳ 10ଟା 30ରେ ଶୁଣାଣି କରିବେ ।

ମେହବୁଦନଗର କୋର୍ଟର ଭିଡିଓ ଫୁଟେଜ ଦାଖଲ କରିବାକୁ ମଧ୍ୟ ତେଲାଙ୍ଗାନା ହାଇକୋର୍ଟ ଆଦେଶ ଦେଇଛନ୍ତି । ଏହି ମାମଲାରେ ମାନବାଧିକାର ଆୟୋଗର ଏକ ଟିମ ଶନିବାର ହାଇଦ୍ରାବାଦ ଯିବା ନେଇ ଜଣାପଡିଛି ।

ABOUT THE AUTHOR

...view details