ନୂଆଦିଲ୍ଲୀ: କୋରୋନା ମହାମାରୀ ସମୟରେ ସ୍ବାସ୍ଥ୍ୟ କର୍ମୀଙ୍କୁ ସୁରକ୍ଷା ଉପକରଣ (ପିପିଇ) ଯୋଗାଇ ନଦେବା ଅଭିଯୋଗକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଡାକ୍ତରଖାନାରେ ରୋଗୀଙ୍କୁ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କୁ ପିପିଏ କିଟ୍ ଯୋଗାଇଦେବା ଅଭିଯୋଗରେ କର୍ତ୍ତୃପକ୍ଷଙ୍କ ବିଫଳତାକୁ ନେଇ ଗୁରୁବାର ହାଇକୋର୍ଟରେ ଏହି ଆବେଦନ କରାଯାଇଥିଲା ।
ଜଷ୍ଟିସ ମନମୋହନ ଏବଂ ଜଷ୍ଟିସ ସଞ୍ଜଭ ନରୁଲାଙ୍କ ଏକଜଣିଆ ଖଣ୍ଡପୀଠ ଶୁଣାଣି ପରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏନଜିଓ ଜଷ୍ଟିସଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଏହି ଖଣ୍ଡପୀଠ ମନ୍ତବ୍ୟ ଦେଇଛି ଯେ କେନ୍ଦ୍ର ଏବଂ ଦିଲ୍ଲୀ ସରକାର ସନ୍ତୋଷଜନକ କାର୍ଯ୍ୟ କରୁଛନ୍ତି ଏବଂ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲା ଉପରେ ଦୃଷ୍ଟି ରଖିଛନ୍ତି ।