ଲକ୍ଷ୍ନୌ: ବଜ୍ରପାତ ନେଲା 172 ମେଣ୍ଢାଙ୍କ ଜୀବନ । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ ସୋନଭଦ୍ର ଜିଲ୍ଲାର ରାମପୁର ବରକୋନୀୟା ଥାନା ଅଞ୍ଚଳରେ । ମଙ୍ଗଳବାର ରାମପୁର କୋଣର ଜଙ୍ଗଲରେ ଭୟଙ୍କର ବଜ୍ରପାତ ହୋଇଥିଲା । ଯେଉଁଥିରେ ମେଣ୍ଢାଙ୍କ ସମେତ 2 ମେଷ ପାଳକଙ୍କ ମୃତ୍ୟୁ ଘଟିଛି ।
ବଜ୍ରାଘାତରେ 170ରୁ ଊର୍ଦ୍ଧ୍ବ ମେଣ୍ଡାଙ୍କ ସମେତ 2 ମୃତ - ବଜ୍ରାଘାତରେ 170ରୁ ଊର୍ଦ୍ଧ୍ବ ମେଣ୍ଡା ମୃତ
ଉତ୍ତରପ୍ରଦେଶ ସୋନଭଦ୍ର ଜିଲ୍ଲାର ରାମପୁର ବରକୋନୀୟା ଥାନା ଅଞ୍ଚଳରେ ବଜ୍ରାଘାତ ହେବାରୁ 172ଟି ମେଣ୍ଢାଙ୍କ ସମେତ 2 ଜଣ ମେଷପାଳକଙ୍କ ମୃତ୍ୟୁ ଘଟିଥିବାର ଖବର ମିଳିଛି ।
ଫଟୋ ସୌଜନ୍ୟ: ଇଟିଭି ଭାରତ
କୋଣପୁର ଜଙ୍ଗଲକୁ ସେହି ମେଷପାଳକ ନିଜ ମେଣ୍ଢାଙ୍କୁ ଆଣିବାକୁ ଯାଇଥିଲା । ଅଚାନକ ବର୍ଷା ହେବାରୁ ସମସ୍ତ ମେଣ୍ଢାଙ୍କୁ ନେଇ ସେମାନେ ଏକ ଗଛମୂଳେ ଅଟକିଥିଲେ । ସେହି ସମୟରେ ହୋଇଥିବା ବଜ୍ରାଘାତରେ 2 ମେଷପାଳକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ଥିଲେ । ତେବେ ଚିକିତ୍ସିତ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ଘଟିଥିଲା । ଉତ୍ତରପ୍ରଦେଶରେ ଗୋଟିଏ ବର୍ଷ ମଧ୍ୟରେ ବଜ୍ରାଘାତ ଭଳି ପ୍ରାକୃତିକ ବିପର୍ଯ୍ୟୟରେ 500ରୁ ଅଧିକ ମଈଁଷିଙ୍କ ସମେତ 50ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।