ଓଡିଶା

odisha

ETV Bharat / bharat

କେରଳର ନର୍ସମାନଙ୍କୁ ସଲାମ !! - କୋରୋନା ଭାଇରସ

ସଂପ୍ରତି ଦେଶରେ ବ୍ୟାପିଥିବା କୋରୋନା ଭାଇରସ୍‌ ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ସ୍ବାସ୍ଥ୍ୟ କର୍ମୀମାନେ ଅହରହ ସଂଗ୍ରାମ ଜାରି ରଖିଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ରିପୋର୍ଟରୁ ମିଳିଥିବା ସଂକେତ ଅନୁସାରେ ସାରା ବିଶ୍ବରେ କାର୍ଯ୍ୟରତ ନର୍ସମାନଙ୍କ ମଧ୍ୟରୁ ଅଧିକାଂଶ କେବଳ ଭାରତର ଏବଂ ଏଥିରେ କେରଳ ଶୀର୍ଷ ସ୍ଥାନରେ ରହିଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Apr 3, 2020, 5:57 PM IST

ସଂପ୍ରତି ଦେଶରେ ବ୍ୟାପିଥିବା କରୋନା ଭାଇରସ୍‌ ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ସ୍ବାସ୍ଥ୍ୟ କର୍ମୀମାନେ ଅହରହ ସଂଗ୍ରାମ ଜାରି ରଖିଛନ୍ତି । ଅନୁଧ୍ୟାନରୁ ପ୍ରକାଶ ଯେ, ଏହି ସମଗ୍ର ପ୍ରକରଣରେ କେରଳର ନର୍ସମାନେ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ରିପୋର୍ଟରୁ ମିଳିଥିବା ସଂକେତ ଅନୁସାରେ ସାରା ବିଶ୍ବରେ କାର୍ଯ୍ୟରତ ନର୍ସମାନଙ୍କ ମଧ୍ୟରୁ ଅଧିକାଂଶ କେବଳ ଭାରତର ଏବଂ ଏଥିରେ କେରଳ ଶୀର୍ଷ ସ୍ଥାନରେ ରହିଛି ।

କେରଳରୁ ଶିକ୍ଷାଲାଭ କରିଥିବା ସ୍ବାସ୍ଥ୍ୟ ସେବା କର୍ମଚାରୀମାନଙ୍କ ମଧ୍ୟରୁ ପ୍ରାୟ 30 ପ୍ରତିଶତ ନର୍ସ ଯୁକ୍ତରାଷ୍ଟ୍ର ଆମେରିକାରେ କାର୍ଯ୍ୟରତ, ସେମାନଙ୍କ ମଧ୍ୟରୁ 15% ବ୍ରିଟେନ୍‌ରେ କାମ କରୁଥିବା ବେଳେ 15 ପ୍ରତିଶତ ଅଷ୍ଟ୍ରେଲିଆରେ ଅବସ୍ଥାପିତ ହୋଇଛନ୍ତି ଏବଂ ପ୍ରାୟ 12 ପ୍ରତିଶତ ମଧ୍ୟ ପ୍ରାଚ୍ୟ ଦେଶ ସମୂହରେ ସେବା ପ୍ରଦାନ କରୁଛନ୍ତି ।

ବ୍ରିଟିଶ ସଂସଦର ଜଣେ ପୂର୍ବତନ ସଦସ୍ୟା ଆନ୍ନା ସୌବ୍ରି ତାଙ୍କର ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କେରଳ ନର୍ସମାନଙ୍କର ସେବାକୁ ପ୍ରଶଂସା କରିଛନ୍ତି ଏବଂ ଏହି ନର୍ସମାନଙ୍କ ମହାନ୍‌ ସେବା କାର୍ଯ୍ୟ ବଳରେ ଗ୍ରେଟ୍‌ ବ୍ରିଟେନ୍‌ର ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ସୁଦୃଢ଼ ହୋଇଛି ବୋଲି କହିଛନ୍ତି । ତାଙ୍କ ଭାଷଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏହି ଭିଡିଓରେ ଆନ୍ନା ସୌବ୍ରି ଭାରତୀୟ ନର୍ସମାନଙ୍କୁ ପ୍ରଶଂସା କରି କହୁଛନ୍ତି ଯେ, “ବିଦେଶୀ ନର୍ସ୍‌ମାନେ ଆମ ଦେଶରେ କାମ କରିବାରେ ଆମର କୌଣସି ସମସ୍ୟା ନାହିଁ । ବାସ୍ତବରେ, ଭାରତୀୟ ନର୍ସ୍‌ମାନେ, ବିଶେଷତଃ କେରଳରୁ ଆସିଥିବା ନର୍ସ୍‌ମାନେ ପ୍ରଗାଢ଼ ଆବେଗ, ମାନବିକତା ଏବଂ ସେବା ମନୋବୃତ୍ତି ନେଇ ଏଠାକୁ ଆସନ୍ତି ଏବଂ ଆମକୁ ସେମାନଙ୍କଠାରୁ ବହୁତ କିଛି ଶିଖିବାରେ ସହାୟକ ହୁଅନ୍ତି ।” ବର୍ତ୍ତମାନ ସାରା ବିଶ୍ବରେ କରୋନା ସର୍ବବ୍ୟାପୀ ମହାମାରୀର ମୁକାବିଲା କ୍ଷେତ୍ରରେ ଜରୁରୀକାଳୀନ ସେବା ପ୍ରଦାନ କରୁଥିବା କର୍ମଚାରୀଙ୍କ ଭିତରେ ସେମାନେ ପ୍ରମୁଖ ଭୂମିକା ନେଇଛନ୍ତି । କେରଳର ନର୍ସ୍‌ମାନେ ମଧ୍ୟ ମିଳିତ ଗଣରାଜ୍ୟ-ୟୁକେରେ ଜରୁରୀକାଳୀନ ସେବା ପ୍ରଦାନ କରୁଥିବା ବିଭିନ୍ନ ଟିମ୍‌ରେ ସାମିଲ ହୋଇଛନ୍ତି, ଯେଉଁମାନେ କି ସେମାନଙ୍କ ନିଜ ଜୀବନକୁ ବିପନ୍ନ କରି ଏହି ସର୍ବବ୍ୟାପୀ ମହାମାରୀ ବିରୋଧରେ ସଂଗ୍ରାମ କରୁଛନ୍ତି ।

ସେମାନେ ବେଶ୍‌ ପ୍ରଶଂସନୀୟ ଏବଂ ଆମ ସମସ୍ତଙ୍କର ପ୍ରଶଂସା ପାଇବାକୁ ହକ୍‌ଦାର !! ସଲାମ୍‌ !! କେରଳର ନର୍ସ୍‌ମାନେ !!

ABOUT THE AUTHOR

...view details