ନୂଆଦିଲ୍ଲୀ: ହାଥରସ ଗଣଦୁଷ୍କର୍ମ ଘଟଣା ସାରା ଦେଶକୁ ପୁଣି ଥରେ ନିର୍ଭୟା ଗଣଦୁଷ୍କର୍ମ ଘଟଣା ମନେପକାଇ ଦେଇଛି । ଏପଟେ ଏହି ଘଟଣାକୁ ନେଇ ଦେଶରେ ରାଜନୀତି ଆରମ୍ଭ ହୋଇସାରିଛି । ଏନେଇ କଂଗ୍ରେସ ଅକ୍ଟୋବର 5ରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିରୋଧରେ ଦେଶବ୍ୟାପୀ ସତ୍ୟାଗ୍ରହ କରିବ ।
ହାଥରସ ଗଣଦୁଷ୍କର୍ମ ଘଟଣା: ଆସନ୍ତା 5ରେ ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରସ - ହାଥରସ ଗଣଦୁଷ୍କର୍ମ ଘଟଣା
ହାଥରସ ଗଣଦୁଷ୍କର୍ମ ଘଟଣା ସାରା ଦେଶକୁ ପୁଣି ଥରେ ନିର୍ଭୟା ଗଣଦୁଷ୍କର୍ମ ଘଟଣା ମନେପକାଇ ଦେଇଛି । ଏପଟେ ଏହି ଘଟଣାକୁ ନେଇ ଦେଶରେ ରାଜନୀତି ଆରମ୍ଭ ହୋଇସାରିଛି । ଏନେଇ କଂଗ୍ରେସ ଅକ୍ଟୋବର 5ରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିରୋଧରେ ଦେଶବ୍ୟାପୀ ସତ୍ୟାଗ୍ରହ କରିବ ।
ସଂଗଠନର ମହାସଚିବ କେସି ଭେନୁଗୋପାଳ ସମସ୍ତ ରାଜ୍ୟ ତଥା ଜିଲ୍ଲା ୟୁନିଟ୍କୁ ଏକ ସର୍କୁଲାର ଜାରି କରି ୟୁପି ସରକାରଙ୍କ ବିରୋଧରେ ସତ୍ୟାଗ୍ରହ କରିବାକୁ ନିର୍ଦ୍ଦେଶ କରିଛନ୍ତି । ଏଥିସହ ସାଂସଦ, ବିଧାୟକ ତଥା ପୂର୍ବତନ ଜନ ପ୍ରତିନିଧୀଙ୍କ ସମେତ ଏକ ନିର୍ଦ୍ଦିଷ୍ଟ ଜିଲ୍ଲାର ସମସ୍ତ ବରିଷ୍ଠ ନେତାଙ୍କୁ ସତ୍ୟାଗ୍ରହର ନେତୃତ୍ୱ ନେବାକୁ କୁହାଯାଇଛି। ଏଥିସହ ଦଳ ରାଜ୍ୟ ତଥା ଜିଲ୍ଲା ସ୍ତରର ନେତାମାନଙ୍କୁ ଏହି କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରି ଶୀଘ୍ର କଂଗ୍ରେସ ମୁଖ୍ୟାଳୟକୁ ପଠାଇବାକୁ କହିଛି ।
ପ୍ରକାଶ ଥାଉକି, ଗତ 14 ସେପ୍ଟେମ୍ବର ଦିନ ଯୁବତୀ ଜଣକ ନିଜ ମାଆ ଓ ଭାଇ ସହ ଚାରା ପକାଇବା ପାଇଁ ବିଲକୁ ଯାଇଥିଲେ । ସେହି ସମୟରେ ଗାଁର ଜଣେ ଯୁବକ ବିଲକୁ ଆସି ଯୁବତୀଙ୍କୁ ଟାଣି ଟାଣି ନେଇ ଯାଇଥିଲେ ଏବଂ ଗାଁର ଅନ୍ୟ କିଛି ଯୁବକ ମିଶି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ପରେ କୌଣସି ପ୍ରକାରେ ଯୁବତୀ ସେଠାରୁ ଖସି ପଳାଇ ଆସିଥିଲେ । ତେବେ ସଂପୃକ୍ତ ଯୁବକ, ଯୁବତୀଙ୍କ ଗଳାଚିପି ହତ୍ୟା ଉଦ୍ୟମ କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଯୁବତୀଙ୍କୁ ପରିବାର ଲୋକେ ତତକ୍ଷଣାତ୍ ବାଗଲା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ସେଠାରୁ ତାଙ୍କୁ ଅଲିଗଡ ଏବଂ ପରେ ସୋମବାର ଦିନ ସଫଦରଙ୍ଗଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଶେଷରେ ସଫଦରଙ୍ଗଜ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।