ନୂଆଦିଲ୍ଲୀ: ହାଥରସ ମାମଲାକୁ ନେଇ ଦାଖଲ ଯାଚିକା ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମ କୋର୍ଟ । ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବା, ସିବିଆଇ ଯାଞ୍ଚକୁ ତଦାରଖ ଓ ପୀଡିତାଙ୍କ ପରିବାରକୁ ସିଆରପିଏଫ ସୁରକ୍ଷା ଯୋଗାଇ ଦେବା ଭଳି ଅନେକ ବିଷୟ ଉପରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇଥିଲା । ତେବେ ସମସ୍ତ ଯାଚିକାକୁ ହାଇକୋର୍ଟକୁ ସ୍ଥାନାନ୍ତର କରିବା ନେଇ ଇଚ୍ଛୁକ ଥିବା କହିଛନ୍ତି ସୁପ୍ରିମକୋର୍ଟ ।
ହାଥରସ ମାମଲା ହାଇକୋର୍ଟ ସ୍ଥାନାନ୍ତର କରିବାକୁ ଦାବି, ଆଦେଶ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ - hathras case
ହାଥରସ ମାମଲାକୁ ହାଇକୋର୍ଟକୁ ସ୍ଥାନାନ୍ତର କରିବା ନେଇ ଦାଖଲ ଯାଚିକାର ଶୁଣାଣି କରି ଆଦେଶ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...
ଏହା ପୂର୍ବରୁ ମୁଖ୍ୟ ବିଚାରପତି ଏସ.ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଶୁଣାଣି କରୁଥିବା ବେଞ୍ଚ ଉତ୍ତରପ୍ରଦେଶ ସରକାରଙ୍କୁ ପୀଡିତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ସମ୍ପର୍କରେ ଜବାବ ମାଗିଥିଲେ । ତେବେ ଯୋଗୀ ସରକାର କୋର୍ଟରେ ଏକ ଆଫିଡେଭିଟ ଦାଖଲ କରିବା ସହ ପୀଡିତାଙ୍କ ପରିବାରକୁ ତ୍ରିସ୍ତରୀୟ ସୁରକ୍ଷା ଯୋଗାଇ ଦିଆଯାଇଥିବା କହିଥିଲେ ।
ପୀଡିତାଙ୍କ ପରିବାର ପକ୍ଷରୁ ଲଢୁଥିବା ଆଇନଜୀବୀ ସୀମା କୁଶୱାହ ନିଜେ ସୁପ୍ରିମ କୋର୍ଟଙ୍କ ସାମ୍ନାରେ ହାଜର ହୋଇଥିଲେ । ସେ ଏହି ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବା ସହ ସୁପ୍ରିମକୋର୍ଟ ଦ୍ବାରା ସିବିଆଇ ଯାଞ୍ଚର ତଦାରଖ କରିବାକୁ ଅନୁରୋଧ କରିଥିଲେ ।