ଓଡିଶା

odisha

ETV Bharat / bharat

ହାଥରସ ପିଡିତାଙ୍କୁ ନିଶ୍ଚିତ ନ୍ୟାୟ ଦେବେ ଯୋଗୀ ସରକାର: ସ୍ମୃତି ଇରାନୀ - ସ୍ମୃତି ଇରାନୀ

ହାଥରସ ଗଣଦୁଷ୍କର୍ମ ଘଟଣା ପୁର୍ନବାର ନିର୍ଭୟା କାଣ୍ଡକୁ ଦୋହରାଇଛି । ଏହାରି ମଧ୍ୟରେ ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏହି ଘଟଣା ନେଇ ମୁହଁ ଖୋଲିଛନ୍ତି ।

ଯୋଗୀ ସରକାର ନିଶ୍ଚିତ ପିଡିତାଙ୍କୁ ନ୍ୟାୟ ଦେବେ
ଯୋଗୀ ସରକାର ନିଶ୍ଚିତ ପିଡିତାଙ୍କୁ ନ୍ୟାୟ ଦେବେ

By

Published : Oct 3, 2020, 3:40 PM IST

ନୂଆଦିଲ୍ଲୀ: ହାଥରସ ଗଣଦୁଷ୍କର୍ମ ଘଟଣା ପୁର୍ନବାର ନିର୍ଭୟା କାଣ୍ଡକୁ ଦୋହରାଇଛି । ଏହାରି ମଧ୍ୟରେ ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ହାଥରସ ଘଟଣାରେ ପୀଡିତାକୁ ନିଶ୍ଚିତ ନ୍ୟାୟ ମିଳିବ ।

ଏସଆଇଟି ତଦନ୍ତ ପରେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମହିଳା ସୁରକ୍ଷା ପାଇଁ ମୋଦି ସରକାର କାର୍ଯ୍ୟ କରୁଛନ୍ତି। ଯୋଗୀ ସରକାର ନିଶ୍ଚିତ ପିଡିତାଙ୍କୁ ନ୍ୟାୟ ଦେବା ନେଇ କହିଛନ୍ତି ଇରାନୀ ।

ସୂଚନା ଅନୁଯାୟୀ, ହାଥରସ ଘଟଣାରେ ସ୍ମୃତି ଇରାନୀଙ୍କ ନୀରବତାକୁ ନେଇ ସୋସିଆଲ ମିଡିଆରେ ବାରମ୍ବାର ପ୍ରଶ୍ନ କରାଯାଉଥିଲା ।

ତେବେ ହାଥରସ ଘଟଣାର ଅନୁସନ୍ଧାନ ପାଇଁ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି)ର ଏକ ଟିମ୍ ଗଠନ କରାଯାଇଛି। ଏସଆଇଟିର ପ୍ରାଥମିକ ଅନୁସନ୍ଧାନ ରିପୋର୍ଟକୁ ଭିତ୍ତି କରି ହାଥରସ ଏସପି ବିକ୍ରାନ୍ତ ବୀର ସିଂ, ସିଓ ରାମ ଶବ୍ଦ, ଇନ୍ସପେକ୍ଟର ଦୀନେଶ କୁମାର ବର୍ମା, ସବ୍ ଇନ୍ସପେକ୍ଟର ଜଗବୀର ସିଂ ଏବଂ ହେଡ ମୋହରୀର ମହେଶ ପାଲଙ୍କୁ ନିଲମ୍ବିତ କରାଯାଇଛି।

ପ୍ରକାଶ ଥାଉକି, ଗତ 14 ସେପ୍ଟେମ୍ବର ଦିନ ଯୁବତୀ ଜଣକ ନିଜ ମାଆ ଓ ଭାଇ ସହ ଚାରା ପକାଇବା ପାଇଁ ବିଲକୁ ଯାଇଥିଲେ । ସେହି ସମୟରେ ଗାଁର ଜଣେ ଯୁବକ ବିଲକୁ ଆସି ଯୁବତୀଙ୍କୁ ଟାଣି ଟାଣି ନେଇ ଯାଇଥିଲେ ଏବଂ ଗାଁର ଅନ୍ୟ କିଛି ଯୁବକ ମିଶି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ପରେ କୌଣସି ପ୍ରକାରେ ଯୁବତୀ ସେଠାରୁ ଖସି ପଳାଇ ଆସିଥିଲେ । ତେବେ ସଂପୃକ୍ତ ଯୁବକ, ଯୁବତୀଙ୍କ ଗଳାଚିପି ହତ୍ୟା ଉଦ୍ୟମ କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଯୁବତୀଙ୍କୁ ପରିବାର ଲୋକେ ତତକ୍ଷଣାତ୍ ବାଗଲା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ସେଠାରୁ ତାଙ୍କୁ ଅଲିଗଡ ଏବଂ ପରେ ସୋମବାର ଦିନ ସଫଦରଙ୍ଗଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଶେଷରେ ସଫଦରଙ୍ଗଜ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

ABOUT THE AUTHOR

...view details