ଓଡିଶା

odisha

By

Published : Oct 14, 2020, 8:09 PM IST

ETV Bharat / bharat

ହାଥରସ ଗଣଦୁଷ୍କର୍ମ ମାମଲା; ଜିଲ୍ଲା ହସ୍ପିଟାଲରେ ସିବିଆଇ

ହାଥରସ ଗଣଦୁଷ୍କର୍ମ ମାମଲାରେ ଜିଲ୍ଲା ହସ୍ପିଟାଲରେ ସିବିଆଇ ଟିମ୍‌ । ସେପଟେ ପୀଡିତାଙ୍କ ପରିବାରକୁ ତ୍ରିସ୍ତରୀୟ ସୁରକ୍ଷା ଯୋଗାଇ ଦେଇଥିବା ସୁପ୍ରିମକୋର୍ଟଙ୍କୁ କହିଲେ ଉତ୍ତରପ୍ରଦେଶ ସରକାର । ଅଧିକ ପଢନ୍ତୁ...

ହାଥରସ ଗଣଦୁଷ୍କର୍ମ ମାମଲା; ଜିଲ୍ଲା ହସ୍ପିଟାଲରେ ସିବିଆଇ
ହାଥରସ ଗଣଦୁଷ୍କର୍ମ ମାମଲା; ଜିଲ୍ଲା ହସ୍ପିଟାଲରେ ସିବିଆଇ

ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ଜିଲ୍ଲା ହସ୍ପିଟାଲରେ ସିବିଆଇ । ପୀଡିତା ପରିବାର ଲୋକଙ୍କ ବୟାନ ରେକର୍ଡ କରିବା ଓ କ୍ରାଇମ ସିନ୍‌ ରିକ୍ରିଏଟ୍‌ କରିବାର ଦିନକ ପରେ ସିବିଆଇର ଏକ ଟିମ୍‌ ଜିଲ୍ଲା ହସ୍ପିଟାଲରେ ପହଞ୍ଚିଛନ୍ତି ।

ସେଠାରେ ପୀଡିତାଙ୍କ ଚିକିତ୍ସା ଉପରେ ସମସ୍ତ କାଗଜପତ୍ର ଦେଖିଛନ୍ତି । ସିବିଆଇ ସେଠାରେ ଘଣ୍ଟାଏ ରହିବା ସହ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ପଚରାଉଚରା କରିଥିବା ଜଣାପଡିଛି ।

ଘଟଣାକୁ ନେଇ ସିବିଆଇର ଏକ ଟିମ୍‌ ତିନି ଦିନ ହେବ ହାଥରସରେ ରହିଛନ୍ତି । ମାମଲା ସହିତ ଜଡିତ ପ୍ରତିଟି କଥା ଉପରେ ନଜର ରଖିଥିବା ଜଣାପଡିଛି । ସିବିଆଇ ପୀଡିତାଙ୍କ ଗାଁକୁ ଯିବା ସହ ସେଠାରେ କ୍ରାଇମ ସିନର ରିକ୍ରିଏଟ୍‌ କରିଛନ୍ତି । ପରିବାର ଲୋକଙ୍କର ମଧ୍ୟ ବୟାନ ରେକର୍ଡ କରିଛନ୍ତି ।

ସେପଟେ ଘଟଣାକୁ ନେଇ ପୀଡିତାଙ୍କ ପରିବାରକୁ ତ୍ରିସ୍ତରୀୟ ସୁରକ୍ଷା ଯୋଗାଇଦେଇଥିବା ସୁପ୍ରିମକୋର୍ଟଙ୍କୁ ଆଜି ଉତ୍ତରପ୍ରଦେଶ ସରକାର କହିଛନ୍ତି । ପରିବାରକୁ ସୁରକ୍ଷା ଦେବାକୁ ଅକ୍ଟୋବର 6 ତାରିଖରେ ସର୍ବୋଚ୍ଚ ଅଦାଲତରେ ଦାଖଲ ହୋଇଥିବା ଏକ ପିଟିସନ ଉପରେ ନିଜ ପକ୍ଷ ରଖି ଉତ୍ତରପ୍ରଦେଶ ସରକାର ଏପରି କହିଛନ୍ତି ।

ତେବେ ଏହି ମାମଲାରେ ଆସନ୍ତାକାଲି ପରବର୍ତ୍ତୀ ଶୁଣାଣି ହେବ ।

ABOUT THE AUTHOR

...view details