ନୂଆଦିଲ୍ଲୀ : ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଲଦାଖ ଗସ୍ତ ନେଇ ବିଜେପିକୁ ସିଧାସଳଖ ଆଟାକ କରିଛି କଂଗ୍ରେସ । ନିକଟରେ ଲଦାଖରେ ରାଜନାଥ ସିଂହ ଦେଇଥିବା ବୟାନକୁ ନେଇ କଂଗ୍ରେସର ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ଭାରତ ସରକାର ଉପରେ ଦୋଷ ଲୋଦିଛନ୍ତି । ରାଜନାଥ ସିଂହଙ୍କ ବୟାନକୁ ନେଇ କଂଗ୍ରେସ କହିଛି ଯେ ଲଦାଖରେ ଚୀନ୍ ସହ ସୀମା ବିବାଦ କେତେ ଦୂର ଯିବ ତାହା ସରକାର କୌଣସି ଗ୍ୟାରେଣ୍ଟି ଦେଇପାରିବେ ନାହିଁ । ଅର୍ଥାତ ଭାରତ ଉପରେ ଚୀନ ଆଉ ଏକ ଆକ୍ରମଣ କରିବା ପାଇଁ ଭାରତ ସରକାର ମୌକା ଦେବେ ।
କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ଏକ ଶାସିତ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ‘କଣ ଚୀନ ସହ ଭାରତ ଆଲୋଚନା ମାଧ୍ୟମରେ ସମାଧାନ କରିବାର କୌଣସି ଗ୍ୟାରେଣ୍ଟି ନାହିଁ ? ଚୀନ୍ ଦଖଲକୁ ମୋଦି ସରକାର ଗ୍ରହଣ କରିଛନ୍ତି କି, ନା ସେମାନେ ଏହାର ସମାଧାନ କରିପାରିବେ ନାହିଁ ?’
ସୂଚନା ଥାଉକି ରାଜନାଥ ସିଂ ଶୁକ୍ରବାର ପାଙ୍ଗଙ୍ଗ ସୋ ହ୍ରଦ ନିକଟ ଲୁକଙ୍ଗରେ ସୈନ୍ୟମାନଙ୍କୁ ସମ୍ବୋଧିତ କରିଥିବା ବେଳେ ଉପରକ୍ତ ମନ୍ତବ୍ୟ ଦେଇଥିଲେ ।
ସୁରଜେୱାଲା ରାଜନାଥ ସିଂହଙ୍କ ବୟାନକୁ ନେଇ ଏହା ମଧ୍ୟ କହିଛନ୍ତି ଯେ ଚାଇନିଜମାନେ ଭାରତୀୟ ଅଞ୍ଚଳ ଭିତରେ ପ୍ରବେଶ କରିଛନ୍ତି ଏବଂ 2020 ମେ’ ର ପୂର୍ବ ସ୍ଥିତିକୁ ଫେରିବା ପାଇଁ ଚୀନ୍ ପ୍ରସ୍ତୁତ ନୁହେଁ ।