ଓଡିଶା

odisha

ETV Bharat / bharat

'ହରିୟାଣାରେ ଚାଲୁଥିଲା ଥ୍ରୀଡି ସରକାର' - chandigarh

ଅକ୍ଟୋବର 21 ତାରିଖରେ ହରିୟାଣା ବିଧାନସଭା ନିର୍ବାଚନ ଥିବାବେଳେ ଜୋରସୋରରେ ଚାଲିଛି ପ୍ରଚାର ପ୍ରସାର । ନିର୍ବାଚନୀ ରାଲିରେ ଯୋଗ ଦେଇ ସିଧାସଳଖ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା।

ଫଟୋ ସୌଜନ୍ୟ- ଏଏନଆଇ

By

Published : Oct 16, 2019, 11:37 PM IST

ଚଣ୍ଡିଗଡ: ପାଖେଇ ଆସୁଛି ନିର୍ବାଚନ ତାରିଖ । ଅକ୍ଟୋବର 21 ତାରିଖରେ ହରିୟାଣା ବିଧାନସଭା ନିର୍ବାଚନ ଥିବା ବେଳେ ଜୋରସୋରରେ ଚାଲିଛି ପ୍ରଚାର ପ୍ରସାର । ବିଭିନ୍ନ ରାଜନୈତିକ ଦଳ ଭୋଟ ହାତେଇବା ପାଇଁ କଳ, ବଳ କୌଶଳ ପ୍ରୟୋଗ କରିବାରେ ଲାଗିପଡିଛନ୍ତି । ତେବେ ଆଜି ରାଜ୍ୟର ଫରିଦାବାଦ, ସାମଲଖା, ବାହାଦୂରଗଡ ଏବଂ ଗୁରୁଗ୍ରାମରେ ଆୟୋଜିତ ହେଉଥିବା ନିର୍ବାଚନ ରାଲିକୁ ସମ୍ବୋଧନ କରି ପର୍ବ ସରକାର ଉପରେ ଜୋରଦାର ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।

ସୂଚନା ଅନୁସାରେ, ନିର୍ବାଚନୀ ରାଲିରେ ସେ ଯୋଗ ଦେଇ ସିଧାସଳଖ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ପୂର୍ବେ ଯେଉଁ ସରକାର ଥିଲା ତାହା ଥ୍ରୀ ଡି( 3 D) ରେ ଚାଲିଥିଲା । ଏହି ଥ୍ରୀ ଡିର ବାଖ୍ୟା ବି ସେ କରିଛନ୍ତି । ଥ୍ରୀ ଡି ହେଲା ଦରବାରୀ, ଦାମାଦ, ଦାମାଦ କେ ଦଲାଲ ।

ପୂର୍ବେ କଂଗ୍ରେସ ସରକାର ଥିବାବେଳେ ସେ ସିଧାସଳଖ ଭୁପିନ୍ଦର ସିଂ ହୁଡାଙ୍କ ସହ କଂଗ୍ରେସ ହାଇକମାଣ୍ଡଙ୍କ ପରିବାରକୁ ଏଥିରେ ଅନ୍ତର୍ଭୁକ୍ତ କରିଛନ୍ତି । ଭୁପିନ୍ଦର ସିଂ ହୁଡାଙ୍କ ସରକାର ସମୟରେ ରାଜ୍ୟରେ କେବଳ ଗୁଣ୍ଡାଗର୍ଦ୍ଦି ଦେଖିବାକୁ ମିଳିଥିଲା ।

ତେବେ ଚଳିତ ନିର୍ବାଚନରେ ପୁଣିଥରେ ବିଜେପିକୁ ଭୋଟ ଦେଇ ସରକାର ଗଢିବାକୁ ସୁଯୋଗ ଦିଅନ୍ତୁ ବୋଲି ଅମିତ ଶାହା ନିଜ ଭାଷଣରେ କହିଛନ୍ତି ।

ABOUT THE AUTHOR

...view details