ଓଡିଶା

odisha

ETV Bharat / bharat

ସାମ୍ବାଦିକଙ୍କୁ ବୀମା ଯୋଗାଇବେ ହରିୟାଣା ସରକାର - ହରିୟାଣା ସରକାର

ପ୍ରତି ସାମ୍ବାଦିକଙ୍କୁ 10 ଲକ୍ଷ ଟଙ୍କା ଲେଖାଏଁ କରି ବୀମା ଯୋଗାଇବାକୁ ହରିୟାଣା ସରକାର ନିଷ୍ପତ୍ତି ନେଇଛନ୍ତି । ବାହାରେ ରିପୋର୍ଟିଂ କରୁଥିବା ସମସ୍ତ ସାମ୍ବାଦିକଙ୍କୁ ରାଜ୍ୟ ସରକାର ବୀମା ଯୋଗାଇବେ । ଅଧିକ ପଢନ୍ତୁ...

ସାମ୍ବାଦିକଙ୍କୁ ବୀମା ଯୋଗାଇବେ ହରିୟାଣା ସରକାର
ସାମ୍ବାଦିକଙ୍କୁ ବୀମା ଯୋଗାଇବେ ହରିୟାଣା ସରକାର

By

Published : Apr 24, 2020, 12:04 AM IST

ଚଣ୍ଡିଗଡ: ସାମ୍ବାଦିକଙ୍କ ପାଇଁ ଖୁସି ଖବର । କୋରୋନା ମହାମାରୀରେ କାମ କରୁଥିବା ମିଡିଆ ପ୍ରତିନିଧିଙ୍କୁ ବୀମା ଯୋଗାଇବେ ହରିୟାଣା ସରକାର । ଏନେଇ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟାର ଘୋଷଣା କରିଛନ୍ତି ।

ପ୍ରତି ସାମ୍ବାଦିକଙ୍କୁ 10 ଲକ୍ଷ ଟଙ୍କା ଲେଖାଏଁ କରି ବୀମା ଯୋଗାଇବାକୁ ହରିୟାଣା ସରକାର ନିଷ୍ପତ୍ତି ନେଇଛନ୍ତି । ଏପରି ବାହାରେ ରିପୋର୍ଟିଂ କରୁଥିବା ସମସ୍ତ ସାମ୍ବାଦିକଙ୍କୁ ରାଜ୍ୟ ସରକାର ବୀମା ଯୋଗାଇବେ । ମହାମାରୀବେଳେ ନିଜ ଜୀବନକୁ ବିପଦରେ ପକାଇ ରିପୋର୍ଟିଂ କରୁଥିବା ସମସ୍ତ ସାମ୍ବାଦିକଙ୍କୁ ସରକାର ଏହି ସୁବିଧା ଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଏହାସହ ସେ କହିଛନ୍ତି ସାମ୍ବାଦିକମାନେ ମଧ୍ୟ କୋରୋନା ଯୁଦ୍ଧର ଆଗଧାଡିର ହିରୋ । ବିପଦକୁ ଖାତିର ନକରି ଘରଦ୍ବାର ଛାଡି ସେମାନେ 24 ଘଣ୍ଟା ରାଜ୍ୟବାସୀଙ୍କୁ ଟିକିନିଖି ଖବର ଦେଉଛନ୍ତି । ସେମାନଙ୍କ ଯୋଗୁଁ ରାଜ୍ୟବାସୀ ସଚେତନ ମଧ୍ୟ ହେଉଥିବା ମନୋହର କହିଛନ୍ତି । ତେବେ ଏପରି ନିଷ୍ପତ୍ତି ନେବାରେ ବୋଧହୁଏ ହରିୟାଣା ଦେଶର ପ୍ରଥମ ରାଜ୍ୟ । କାରଣ ସବୁଆଡେ ସ୍ବାସ୍ଥ୍ୟ କର୍ମୀଙ୍କୁ ସହାୟତା ଘୋଷଣା ହୋଇଥିବାବେଳେ ସାମ୍ବାଦିକଙ୍କୁ କୌଣସି ପ୍ରକାର ବୀମା ସହାୟତା ମିଳିନାହିଁ ।

ସୌଜନ୍ୟ@ANI

ABOUT THE AUTHOR

...view details