ଚଣ୍ଡିଗଡ: ଚଳିତ ଆର୍ଥିକ ବର୍ଷରେ ହରିୟାଣା ସରକାର କୌଣସି ପ୍ରକାର ନୂଆ ଗାଡି କିଣିବେନି । ଏହା ମଧ୍ୟରେ ନୂଆ କାର, ଜିପ ଅନ୍ତର୍ଭୁକ୍ତ । ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି ।
ଚଳିତ ଆର୍ଥିକ ବର୍ଷରେ ନୂଆ ଗାଡି କିଣିବେନି ହରିୟାଣା ସରକାର - ଚଳିତ ଆର୍ଥିକ ବର୍ଷ
ଚଣ୍ଡିଗଡରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟାର ଅଧ୍ୟକ୍ଷତା କରିଥିଲେ । ଅଧିକ ପଢନ୍ତୁ...
ତେବେ ନିଷ୍ପତ୍ତିରୁ ସାଧାରଣ ଲୋକଙ୍କ ସେବାରେ ଲାଗୁଥିବା ବସ, ଅନ୍ୟାନ୍ୟ ଗାଡି ସହ ଜରୁରୀକାଳୀନ ସେବା ଆମ୍ବୁଲାନ୍ସ, ଦମକଳ ବାହିନୀ ଗାଡି ପ୍ରଭୃତି ବାଦ ପଡିବେ । ଚଣ୍ଡିଗଡରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟାର ଅଧ୍ୟକ୍ଷତା କରିଥିଲେ । ଅତି ଜରୁରୀ ପଡିଲେ ପୁରୁଣା ଗାଡିର ବ୍ୟବହାର ହେବ କିମ୍ବା ଘରୋଇ ଯାନକୁ ଭଡାରେ ବ୍ୟବହାର କରାଯିବ । କିନ୍ତୁ କୌଣସି ପ୍ରକାର ନୂଆ ଯାନ କିଣାଯିବନି ବୋଲି ସରକାର ସୂଚନା ଦେଇଛନ୍ତି ।
ଏହାସହ କ୍ୟାବିନେଟରେ ଜେସି ବୋଷ କଲେଜ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିକୁ ସରକାରୀ ଜମି ବିକ୍ରି ନିଷ୍ପତ୍ତି ଉପରେ ମୋହର ଲଗାଯାଇଛି । ଫରିଦାବାଦ ପୌରାଞ୍ଚଳର 18 ଏକର ଜମିକୁ କଲେଜକୁ ପ୍ରଦାନ କରାଯିବ । ଏକର ପିଛା 3 କୋଟି ଟଙ୍କାରେ ସରକାର ଏହି ଜମି ବିକ୍ରି କରିବେ ବୋଲି କ୍ୟାବିନେଟ ନିଷ୍ପତ୍ତି ନେଇଛି ।