ଚଣ୍ଡିଗଡ: ହରିୟାଣା ମୁଖ୍ୟମନ୍ତ୍ରୀ ଭାବରେ ଦ୍ବିତୀୟ ଇନିଂସ ଆରମ୍ଭ କରିଛନ୍ତି ମନୋହର ଲାଲ ଖଟ୍ଟର । ସିଏମ୍ ସିଟ୍ରେ ବସିବା ପାଇଁ ଅନେକ କସରତ ପରେ ଏବେ ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ କଠୋର ହୋଇଛନ୍ତି ଖଟ୍ଟର । ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ 10ମ ଓ ଦ୍ବାଦଶ ଶ୍ରେଣୀର ମାର୍କସିଟ୍ ଓ ସାର୍ଟିଫିକେଟର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସିବିଆଇ ଦ୍ବାରା ଏକ ନକଲି ବୋର୍ଡର ଖୁଲାସା ପରେ ହରିୟାଣା ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ଗ୍ବାଲିୟର, ମଧ୍ୟପ୍ରଦେଶ ନାମରେ ଏକ ନକଲି ବୋର୍ଡ ଦ୍ବାରା ଶହ ଶହ ନକଲି 10ମ ଓ ଦ୍ବାଦଶ ଶ୍ରେଣୀର ସାର୍ଟିଫିକେଟ ଜାରି କରାଯାଇଛି । ହାଇକୋର୍ଟ ଆଦେଶ ପରେ ସିବିଆଇ ଏହି ନକଲି ବୋର୍ଡର ପର୍ଦ୍ଦାଫାଶ କରିଥିଲା ।