ନୂଆଦିଲ୍ଲୀ: ହରିୟାଣାର କିଛି ଅଞ୍ଚଳ ଓ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨ ଘଣ୍ଟା ମଧ୍ୟରେ ଦିଲ୍ଲୀର ବିଚ୍ଛିନ୍ନ ସ୍ଥାନଗୁଡିକରେ କାଇଥାଲୀ (ହରିୟାଣା), ରାଉରକେଲା (ଉତ୍ତରପ୍ରଦେଶ), ବଲାଭଗଡ (ହରିୟାଣା)ରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି।
ଦିଲ୍ଲୀ ଓ ହରିୟାଣାରେ ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା, IMD ଦେଲା ସୂଚନା - ଦିଲ୍ଲୀ ଓ ହରିୟାଣାରେ ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା
ହରିୟାଣାର କିଛି ଅଞ୍ଚଳ ଓ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
![ଦିଲ୍ଲୀ ଓ ହରିୟାଣାରେ ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା, IMD ଦେଲା ସୂଚନା haryana-delhi-likely-to-receive-rainfall-today-imd](https://etvbharatimages.akamaized.net/etvbharat/prod-images/768-512-7482652-799-7482652-1591327692561.jpg)
ଏହାର ସହ ଆଇଏମଡି ଆହୁରି ପୂର୍ବାନୁମାନ କରିଛି ଯେ ଦେଶର ଉତ୍ତର-ପୂର୍ବ ଭାଗରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରା ଉପରେ ବିଚ୍ଛିନ୍ନ ସ୍ଥାନରେ ବଜ୍ରପାତ ଏବଂ ଘୂର୍ଣ୍ଣିବଳୟ (ଘଣ୍ଟା ପ୍ରତି 40-50 କିଲୋମିଟରରେ ପହଞ୍ଚିବା) ହେବାର ସମ୍ଭାବନା ରହିଛି।
ଏଥିରେ କୁହାଯାଇଛି ଯେ ସିକ୍କିମ୍, ଆସାମ, ମଣିପୁର, ମିଜୋରାମ ଏବଂ ମେଘାଳୟ ଉପରେ ଅଧିକରୁ ଅଧିକ ପ୍ରବଳ ବର୍ଷା ହୋଇପାରେ। ପ୍ରବଳ ପବନ 45-55 କିଲୋମିଟର ବେଗରେ ପଶ୍ଚିମ-କେନ୍ଦ୍ରୀୟ ଏବଂ ଦକ୍ଷିଣ-ପଶ୍ଚିମ ଆରବ ସାଗରରେ ପ୍ରବାହିତ ହେବାର ସମ୍ଭାବନା ଅଛି । ଆଗାମୀ ଦୁଇ ଦିନ ଧରି ଏହି ଅଞ୍ଚଳର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି।