ଚଣ୍ଡିଗଡ଼: ଦେଶରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଗୁରୁଗ୍ରାମ ଜିଲ୍ଲାର ଖାଲି କୋଠାଗୁଡ଼ିକର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। COVID-19 ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ଖାଲି ଘରକୁ ଅଲଗା ଅଲଗା ୱାର୍ଡ ଭାବରେ ବ୍ୟବହାର କରବାକୁ କହିଛନ୍ତି । ଏହା ପରେ ମୁଖ୍ୟମନ୍ତ୍ରୀ COVID-19 ପ୍ରସ୍ତୁତି ଉପରେ ରାଜ୍ୟ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ ।
ଯଦ୍ବାରା ସେମାନେ ଆବଶ୍ୟକ ସମୟରେ COVID-19 ରୋଗୀଙ୍କୁ ପୃଥକ କରିପାରିବେ । ବେସରକାରୀ ଲାବ୍ରୋଟୋରୀରେ ନମୁନା ପରୀକ୍ଷା ଉପରେ ନଜର ରଖିବା ଏବଂ ସେମାନଙ୍କ ରିପୋର୍ଟର ଠିକ୍ ସମୟରେ ଅପଲୋଡ୍ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ପରୀକ୍ଷା ପରିଚାଳନା କରୁଥିବା ବ୍ୟକ୍ତିଙ୍କ ନାମ ଏବଂ ଠିକଣା ରଖିବା ଆବଶ୍ୟକ ।